ପୁଣି ହାତୀ ନେଲା ଜୀବନ

ମୟୁରଭଞ୍ଜ: ହାତୀପଲ ପାଇଁ ଚରାଭୁଇଁ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଗାଁ ଠୁ ସହର। ଯଦିଓ ହାତୀ ଜଙ୍ଗଲୀ ଜୀଵ କିନ୍ତୁ ଏବେର ପରିବର୍ତ୍ତିତ ସ୍ଥିତିରେ ହାତୀପଲ ଜଙ୍ଗଲରେ ରହିବାକୁ ସୁରକ୍ଷିତ ମଣୁନଥିବା ଅନୁମାନ କରାଯାଉଛି। ଯୋଉଥିପାଇଁ ଗାଁ ହେଉକି ସହର ଭିତରକୁ ପଶି ଆସୁଛନ୍ତି। ଆଉ ନେଉଛନ୍ତି ସାଧାରଣ ଲୋକଙ୍କ ଜୀବନ।

ତେବେ ଏଥିପାଇଁ ଦାୟୀ କିଏ ? ସୁରକ୍ଷିତ ଚଳପ୍ରଚଳ ଦିଗରେ ଜଙ୍ଗଲ ଭିତରେ କିପ୍ରକାର ବ୍ୟବସ୍ଥା ହାତୀପଲ ପାଇଁ ଯୋଗାଇଛନ୍ତି ସରକାର ତାର ବାସ୍ତବ ସମୀକ୍ଷା ବର୍ତ୍ତମାନ ସ୍ଥିତିରେ ବେଶ ଗୁରୁତ୍ତ୍ୱପୂର୍ଣ୍ଣ। ମାତ୍ର ମଣିଷ ଜୀବନର ମୂଲ୍ୟ ୪ ଲକ୍ଷଟଙ୍କା ନିର୍ଦ୍ଧାରଣ କରି ନିଜର ଦାୟିତ୍ବ ଶେଷ କରିଛନ୍ତି ସରକାର ବୋଲି ଅଭିଯୋଗ ହେଉଛି। ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶିଆସି ହାତୀପ ନେଇଗଲା ଜଣକର ଜୀବନ।ଆଉ ଏଭଳି ଏକ ଘଟଣା ପୁଣି ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା କମାରଡିହା ପଞ୍ଚାୟତ ଅଧିନ ଝରିଆ ଗ୍ରାମରେ। ଆଜି ଭୋର ସମୟରେ ଘର ବାହାରେ କିଛି ଶବ୍ଦ ଶୁଣି ବାଡ଼ିରେ ଗୋରୁ ପଶିଥିବା ଅନୁମାନ କରି ନିଦରୁ ଉଠି ପଡ଼ିଥିଲେ ଝରିଆ ଗାଁ ର ଭୁଲ ରାମ। ଘର ଭିତରେ ଶୋଇଥିଲେ ଭୁଲର ସ୍ତ୍ରୀ ଆଉ ତିନି ବିବାହିତା ଝିଅ l

ଝିଅ ମାନେ କୁଣିଆ ହୋଇ ଆସିଥିଲେ ବାପ ଘରକୁ। କିଏ ଜାଣିଥିଲା ଏପରି ଘଟିବ ବୋଲି,ସକାଳ ହୋଇ ଆସୁଥିଲା । ଭୁଲ ହଠାତ୍ ଘର କବାଟ ଖୋଲି ବାହାରିଲା ବେଳକୁ ବଣୁଆ ହାତୀ କାଳ ସାଜି ଛିଡା ହୋଇଛି ଆଗରେ। ହାତୀକୁ ଦେଖି ଭୁଲ ର ଭୁଲ ହୋଇଗଲା । ଭୟରେ ଭୁଲ ପୁଣି ଭିତରକୁ ପଶି ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ହାତୀଟି ଚାହୁଁ ଚାହୁଁ ଭୁଲକୁ ଧରି ନେଇଥିଲା ଶୁଣ୍ଢରେ। ଘୋଷାରି ଆଣି କଚାଡି କଚାଡି ପାଦରେ ମାଡି ଦଳିଦେବାରୁ ଘଟଣାସ୍ଥଳରେ ଚାଲିଯାଇଥିଲା ଭୁଲ ର ଜୀବନ। ଚିତ୍କାର ଶୁଣି ନିଦରୁ ଉଠି ପଡ଼ିଥିଲେ ପରିବାର ଲୋକ ଆଉ ଧାଇଁ ଆସିଥିଲେ ପଡୋଶୀ। କିନ୍ତୁ କିଛି କରିବା ଆଗରୁ ଦେଖଣାହାରୀ ସାଜିଥିଲେ ପରିବାର ବର୍ଗ ଓ ପୋଡିଶା ଲୋକେ।

ଆଉ ଆଖି ସାମ୍ନାରେ କଚାଡି ମାରିଲା ଦନ୍ତା। ତେବେ ମୃତକ ଭୁଲଙ୍କ ବୟସ ୫୮ବର୍ଷ ହେବ। ଭୁଲ ର ମୃତ୍ୟୁ ପରେ ହାତୀ ଗୁଡିକ ବାଡ଼ ଡେଇଁ ପଡୋଶୀ ସୁମନ୍ତ ରାମଙ୍କର ଘର ଭାଙ୍ଗି ଧାନ,ଚାଉଳ,ମୁଢ଼ି ଇତ୍ୟାଦି ଖାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ରାସଗୋବିନ୍ଦପୁର ପୋଲିସ ସହ ନାକିଚୁଆ ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.