ବାଣେଶ୍ୱର ମନ୍ଦିରରେ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପ୍ରସ୍ତୁତି ବୈଠକ…

ବଣାଇଁଗଡ : ଵଣାଇଁ ଦେଓଗାଁ ସ୍ଥିତ ବାବା ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୦୭ ତାରିଖ ପବିତ୍ର ଦୋଳ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତିବର୍ଷ ଏଠାରେ ଦୋଳ ପୂର୍ଣ୍ଣିମା ମହା ସମାରୋହରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ବସି କାର୍ଯ୍ୟକ୍ରମ ସ୍ଥିରୀକୃତ କରିଥିଲେ । ଦୋଳ ଯାତ୍ରା ପାଇଁ ନୂତନ କମିଟି ଗଠନ କରି ହରିହର କିସାନ ଓ ଗୋପିନାଥ କିସାନ କୁଂ ଯାତ୍ରା ସୁ ପରିଚାଳନା ର ସମସ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଠାକୁର ରାଧାକୃଷ୍ଣ ଙ୍କ ମେଲଣ ସମୟରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ହେବା ସହ ପାରମ୍ପରିକ ଆଦିବାସୀ କିସାନ ନୃତ୍ୟ ପରିବେଷଣ କରି ନୃତ୍ୟ ର ତାଳେ ତାଳେ ଠାକୁର ଙ୍କୁ ପରିଭ୍ରମଣ କରାଯିବା ର ସ୍ଥିରୀକୃତ କରାଗଲା
ଏହି ବୈଠକ ରେ କିସାନ କୁଣହା ସମାଜ ର ସଭାପତି ଡମ୍ବରୁଧର କିସାନ ସଭାପତିତ୍ୱ କରିଥିବା ବେଳେ କମିଟି ର ବରିଷ୍ଠ ସଭ୍ୟ ହରିହର କିସାନ , ଚୈତୁ କିସାନ, ବାଣେଶ୍ୱର କିସାନ, ଶିଵ ଚରଣ କିସାନ , ବ୍ରହ୍ମାନନ୍ଦ କିସାନ, ଗୋପିନାଥ କିସାନ, ମିଶ୍ର କିସାନ ପ୍ରମୁଖ ଉପସ୍ଥିତ ଥିଲେ।
ସଭାକାର୍ଯ୍ୟ ଶେଷ ରେ କମିଟି ର ବରିଷ୍ଠ ସଭ୍ୟ ଲିଙ୍ଗରାଜ କିସାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.