କୈବଲ୍ୟ ରତ୍ନବେଦୀ ସମ୍ମାନ

ଚିକିଟୀ : ବାହୁଦା ସାହିତ୍ୟ ସଂସଦର ସମ୍ପାଦିକା ସଂହିତା ମହାନ୍ତି ଙ୍କୁ କୈବଲ୍ୟ ସାହିତ୍ୟ ସଂସଦ, କଟକ ଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଓ କିମ୍ବଦନ୍ତୀ କଥନ -୨୦୨୩ ତରଫରୁ କୈବଲ୍ୟ ରତ୍ନବେଦୀ ସମ୍ମାନ ରେ ସମ୍ମାନୀତ କରାଯାଇଛି l କୈବଲ୍ଯ ସାହିତ୍ୟ ସଂସଦ,କଟକ ର ପ୍ରତିଷ୍ଠାତା ଏବଂ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ପୌରହିତ୍ୟରେ ଉକ୍ତ ସଭାକାର୍ଯ୍ୟ ପରିଚାଳିତ ହେବା ସଙ୍ଗେ ସଙ୍ଗେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତ୍ତି ରତିକାନ୍ତ ମହାପାତ୍ର ଓ ଅଲେଖ ଚନ୍ଦ୍ର ପରିହାରି ଯୋଗଦେଇ ଓଡ଼ିଶା ର କୋଣ ଅନୁକୋଣରୁ ଆସିଥିବା କବି କବୟିତ୍ରୀ ଙ୍କୁ କିମ୍ବଦନ୍ତୀକୁ ଅନୁଧ୍ୟାନ କରିବା ସହ ଲୋକ ଲୋଚନକୁ ଆଣିବା ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉପରେ ମତବ୍ୟକ୍ତ କରିଥିଲେ l ଶ୍ରୀମତୀ ସଂହିତା ମହାନ୍ତି ସମ୍ମାନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛିl

nis-ad
Leave A Reply

Your email address will not be published.