ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌

ଭୁବନେଶ୍ୱର: ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଏଲପିଜି ସିଲିଣ୍ଡର ଦରବୃଦ୍ଧି ପରେ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗତକାଲି କେନ୍ଦ୍ର ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି। ଗରିବଙ୍କ ଚାଉଳ କାଟିବା ନେଇ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କେଜି ଚାଉଳ କାଟିଛନ୍ତି । ଚାଉଳ କାଟିବା ଓ ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି। କେନ୍ଦ୍ରର ଏହା ଗରିବ ମାରଣ ନୀତି ବୋଲି କହିଛି ବିଜେଡି । ୨୦୧୪ରେ ଗ୍ୟାସ୍‌ ସିଲିଣ୍ଡର ଦର ୪୧୦ ଥିଲା, ଏବେ ୧୧ଶହ ପାର କରିଛି। ଏହି ଦରବୃଦ୍ଧି ଯୋଗୁ ମା’ମାନଙ୍କ ଆଖିରୁ ଲୁହ ବୋହୁଛି। ଏ ସମ୍ପର୍କରେ ରାଜ୍ୟ ବିଜେପି ଚୁପ୍‌ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି ।

ଦେଶର ବିକାଶ ପାଇଁ ଯାହା ଆବଶ୍ୟକ ସେଭଳି ପ୍ରସଙ୍ଗରେ ବିଜେଡି ସମର୍ଥନ କରେ କିନ୍ତୁ ଯେଉଁ ପ୍ରସଙ୍ଗରେ ସମର୍ଥନ ଦେଇ ହେବ ନାହିଁ ତାହାକୁ ଅଣଦେଖା କରିପାରିବନି ବିଜେଡି । ରାଜ୍ୟବାସୀ ଯେଉଁ ଭରସା ଓ ବିଶ୍ୱାସରେ ଦାୟିତ୍ୱ ଦେଇଛନ୍ତି ତାହାକୁ ଦୃଷ୍ଟିରେ ରଖି ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବ ।

୨୦୧୪ରେ ଯେତେବେଲେ ବିଜେପି ସରକାର ଆସିଲା ସେତେବେଳେ ଯୋଜନାଗୁଡିକ ମଧ୍ୟରୁ ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା ତାହା ହେଉଛି ଉଜ୍ଜ୍ୱଳା ଯୋଜନା । ସେତେବେଳେ ପ୍ରଧାନମନ୍ତ୍ରୀ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ । ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁଥିଲା । ଆଜି ଯେତେବେଳେ ଗ୍ୟାସ୍ ଦର ବଢୁଛି ପ୍ରଧାନମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତି ମନକୁ ଆସୁଛି ।

nis-ad
Leave A Reply

Your email address will not be published.