ଦିବ୍ୟାଙ୍ଗ ମହିଳାଙ୍କୁ ମିଳୁନି ବାହାଘର ସହାୟତା ଭତ୍ତା, ଜିଲ୍ଲାପାଳଙ୍କୁ ଭେଟି ବଖାଣିଲେ ଦୁଃଖ…

ବାଲେଶ୍ବର:  ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଅଭିଯୋଗ। ତାଙ୍କୁ ମିଳୁନି ବାହାଘର ସହାୟତା ଭତ୍ତା । ଯାହାଫଳରେ ମହିଳା ଜଣକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଜଗି ବସିଥିବାବେଳେ ଜିଲ୍ଲାପାଳ ପହଞ୍ଚୁ ପହଞ୍ଚୁ ତାଙ୍କ ଗାଡି ନିକଟରେ ପହଞ୍ଚି ଯାଇଥିଲେ ମହିଳା ଜଣଙ୍କ। ଜିଲ୍ଲାପାଳ ମଧ୍ୟ ମହିଳାଙ୍କ ଅବସ୍ଥା ଦେଖି ତାଙ୍କ ସହିତ କଥା ହେବା ପାଇଁ ଅଟକି ଥିଲେ। ମହିଳା ନିଜର ସମସ୍ତ ଅଭିଯୋଗ ଜଣାଇଥିଲେ ।

ତେବେ ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ନାୟାକାଶୁଣୀ ଗ୍ରାମର ଏ ମହିଳା ଜଣକ ହେଉଛନ୍ତି ମାନସୀ ପ୍ରଧାନ। ଗତ ୨୦୨୨ ମସିହାରେ ସେ ବଲିଆପାଳ ବ୍ଲକ ଦୋଳଙ୍ଗ ଗ୍ରାମର ଶମ୍ଭୁନାଥ ପ୍ରଧାନଙ୍କୁ ବିବାହ କରିଥିଲେ। ସରକାରୀ ଯୋଜନା ଅନୁଯାୟୀ ଭିନ୍ନକ୍ଷମ ଯୁବତୀ ଙ୍କୁ ବିବାହ କଲେ ଅଢେଇ ଲକ୍ଷ ଟଙ୍କା ସହାୟତା ରାଶି ମିଳିବା କଥା । ହେଲେ ମାନସୀ ଏହି ସହାୟତା ରାଶି ପାଇବା ପାଇଁ ଦୀର୍ଘ ୧ବର୍ଷ ହେବ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଯାଇଥିବା ବେଳେ, ସରକାରୀ ପାଣ୍ଠି ନାହିଁ ବୋଲି କହି ତାଙ୍କୁ ସବୁବେଳେ ଫେରାଇ ଦିଆଯାଉଥିବା ସେ କହିଛନ୍ତି ।

ତେବେ ଗତକାଲି ମହିଳା ଜଣକ ଜିଲ୍ଲାପାଳଙ୍କ ନିକଟକୁ ଆସି ନିଜର ଦୁଃଖ ଜଣାଇବା ପରେ ଜିଲ୍ଲାପାଳ ତତ୍କ୍ଷାଣାତ୍ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଙ୍କୁ ଡାକି ବାହାଘର ସହାୟତା ଭତ୍ତା ଦେବା ପାଇଁ ପ୍ରତିଶୃତି ଦେବାପରେ ମହିଳା ଜଣଙ୍କ ଘରକୁ ଫେରିଛନ୍ତି।

ସରକାର ଦିବ୍ୟାଙ୍ଗ ତଥା ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। କେମିତି ସେମାନେ ସମାଜରେ ଅନ୍ଯମାନଙ୍କ ଭଳି ଭଲରେ ଜୀବନ ଅତିବାହିତ କରିପାରିବେ । ହେଲେ ସରକାରୀ ବାବୁ ମାନଙ୍କ ଅବହେଳା ପାଇଁ ପ୍ରକ୍ରୁତ ହିତାଧିକାରୀ ଏଠି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛି। ଏଥିପ୍ରତି ସରକାର ଟିକେ ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି।

nis-ad
Leave A Reply

Your email address will not be published.