ବୈତରଣୀ ବ୍ରିଜ ନିକଟରୁ ୨ ଅଫୁଟା ବୋମା ଉଦ୍ଧାର…

ଚାନ୍ଦବାଲି : କଟକ ମୁଖ୍ଯ ରାସ୍ତାର ଚାନ୍ଦବାଲି ବୈତରଣୀ ବ୍ରିଜ ନିକଟରୁ ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଛି ପୋଲିସ । ଖବର ମୁତାବକ ଆଜି ସକାଳୁ ସକାଳୁ ବ୍ରିଜ ନିକଟକୁ ସ୍ଥାନୀୟ ଅଞ୍ଚଳର ଯୁବକ ଶୈଚ ହେବାକୁ ଯାଇଥିଲେ । ଗୋଟିଏ ବ୍ଯାଗରେ ୨ ଗୋଟି ହାତ ତିଆରି ଅଫୁଟା ବୋମା ଥିବାର ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଯୁବକ ଚାନ୍ଦବାଲି ପୋଲିସକୁ ଖବର ଦେଇଥିଲେ ।

ଚାନ୍ଦବାଲି ପୋଲିସ ବ୍ରିଜ ନିକଟରେ ପହଞ୍ଚି ୨ ଗୋଟି ହାତ ତିଆରି ବୋମାକୁ ଉଦ୍ଧାର କରିଥିଲା । ତେବେ ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ଅଂଚଳର ଏମିତି ଗାଁ ଅଛି ଯେ କି ସେଠାରେ ହାତ ତିଆରି ବୋମା ଭିଡା ଯାଏ । ତେଣୁ କେହି କିଛି ମନ୍ଦ ଉଦ୍ଦେଶ୍ଯରେ ଏହାକୁ ଆଣି ଥୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଛି ।

nis-ad
Leave A Reply

Your email address will not be published.