ବ୍ରହ୍ମପୁର : ଆଜି ଗଂଜାମ ଓକିଲ ସଂଘ ପକ୍ଷରୁ ପ୍ରଥମ ଏଡ଼ିଜେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସଂଘମିତ୍ରା ଶର୍ମାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ସଂଘମିତ୍ରା ଶର୍ମାଙ୍କ ବରଗଡ଼ ଜିଲ୍ଳାକୁ ବଦଳି ହୋଇଥିବା ବେଳେ ଆଜି ଗଂଜାମ ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗଂଜାମ ଓକିଲ ସଂଘର ସଭାପତି କପିଳେଶ୍ୱର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ପ୍ରକାଶ ଚନ୍ଦ୍ର ଦାସ, ସଂପାଦକ ସୁଶୀଳ ତ୍ରିପାଠୀ, ଯୁଗ୍ମ ସଂପାଦକ ଡି. ଦୁର୍ଗାପ୍ରସାଦ ରାଓ ପ୍ରମୁଖ ମଂଚାସୀନ ରହିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଓକିଲ ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ନିକଟରେ ବ୍ରହ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ବର୍ତମାନ ତାଙ୍କର ବରଗଡ଼ ଜିଲ୍ଳାର ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଭାବେ ପଦୋନ୍ନତି ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଶିଶିର କୁମାର ପାଢ଼ୀ, ଦିପକ ପଣ୍ଡା, ଅଶୋକ ଶୁକ୍ଲା, ପ୍ରଦୀପ କୁମାର ବେହେରା, ମଦନ ମୋହନ ପାତ୍ର, ଅଜିତ୍ ସାବତ, ମନୋଜ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.