ଭୁବନେଶ୍ୱର : ବିଜେଡି ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୩ଟି ବଡ଼ ବର୍ତ୍ତା । ଦଳୀୟ ଏକତା ଓ ପାର୍ଟି ଅନୁଶାସନ ଭିତରେ କାମ କରିବାକୁ କହିଛନ୍ତି ନବୀନ । ରାଜ୍ୟ ସ୍ୱାର୍ଥ ଦିଗରେ କାମ କରିବାକୁ ଶପଥ ନେବେ ନେତା ଓ କର୍ମୀ । ନବୀନ ଓଡ଼ିଶା ଗଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ନବୀନ । ବିଜୁ ବାବୁଙ୍କ ଜୟନ୍ତୀରେ ଏନେଇ ଶପଥ ନେବେ ସମସ୍ତେ ।
ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଢ଼ିବା ପାଇଁ ଶପଥ ନେବେ । ଅର୍ଥାତ ନୂଆ ଓଡ଼ିଶା ଅର୍ଥାତ ନବୀନ ଓଡ଼ିଶା ନାଁରେ ୨୦୨୪ ରଣାଙ୍ଗନାକୁ ଓହ୍ଲାଇବ ବିଜେଡି । ଏଥିସହ ଦଳୀୟ ନେତା ଓ କର୍ମୀଙ୍କ ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼େଇ କରିବା ପାଇଁ ଆହ୍ଵାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।