ଦାରିଙ୍ଗବାଡ଼ି,୨୮/୦୨ : ଦାରିଙ୍ଗବାଡ଼ି ବ୍ଳକ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଦୁଇ ଦିନ ପାଳନ କରାଯାଇଛି । ଏହି ଦିବସ ପାଳନ ନେଇ କୋଟଗଡ଼ ବ୍ଳକର ପକାରୀ ଉଚ୍ଚ ବିଦ୍ୟାଳୟ ଓ ପାରିଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ବାଲିଗୁଡ଼ା ବ୍ଳକର ଋତୁଙ୍ଗିଆ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦାରିଙ୍ଗବାଡ଼ି ବ୍ଳକର ଅଲିମାହା ଉଚ୍ଚ ବିଦ୍ୟାଳୟ, ତିଲୋରୀ ଉଚ୍ଚ ବିଦ୍ୟାଳୟ, ବୁଡାଗୁଡ଼ା ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।ବୁଡାଗୁଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୟାମସୁନ୍ଦର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପୂର୍ବତନ ବିଜ୍ଞାନ ନିରୀକ୍ଷକ ରବୀନ୍ଦ୍ରନାଥ ସ୍ବାଇଁ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମର ଟେଲିସ୍କୋପ ପରିଚାଳକ ନିରାକାର ସାହୁ,କୁର୍ତ୍ତମଗଡ଼ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀ ଯୋଗଦେଇ ଜାତୀୟ ବିଜ୍ଞାନ ଦିବସ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ସୂଚନା ରଖିଥିଲେ । ଏହି ଅବସରରେ ବିଜ୍ଞାନ ସମ୍ପର୍କରେ କେତେକ ବ୍ୟବହାରିକ ପଦ୍ଧତିରେ ପୂର୍ବତନ ବିଜ୍ଞାନ ନିରୀକ୍ଷକ ରବୀନ୍ଦ୍ରନାଥ ସ୍ବାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ଛାତ୍ରଛାତ୍ରୀଙ୍କୁ ପ୍ରଦର୍ଶନ କରିଥିଲେ । ଏଥିରେ ସମସ୍ତ ସାତଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରି ଛାତ୍ରଛାତ୍ରୀଙ୍କର ବିଜ୍ଞାନ ଶିକ୍ଷାରେ ଆଗ୍ରହ ଓ ଦକ୍ଷତା ବୃଦ୍ଧି କରିବା ସହ ନିଜେ ମଧ୍ୟ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ହୋଇଥିବା ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post