ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା…!

ଭୁବନେଶ୍ୱର: ଆହୁରି ବଢ଼ିବ ତାତି । ଆଗାମୀ ୫ ଦିନ ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ତେବେ ରାତି ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆସନ୍ତା ୫ ଦିନ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ସ୍କାଏମେଟ୍‌ ତରଫରୁ କୁହାଯାଇଛି ମାର୍ଚ୍ଚରେ ତାତିବ ସାରା ଦେଶ । ମାର୍ଚ୍ଚ ୧୫ ଆଡ଼କୁ ଅସହ୍ୟ ହେବ ତାତି । ସିଭିଅର ହିଟ୍‌ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଆକଳନ । ଅସହ୍ୟ ତାତିରେ ଛଟପଟ ହେବ ସାରା ଦେଶ । ୧୫ ଦିନ ପାଇଁ ହିଟ୍‌ େଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଜାରି କରିଛି ସ୍କାଏମେଟ୍‌ । ଫେବ୍ରୁଆରୀରେ ଅସହ୍ୟ ହେଲାଣି ତାତି । ମାର୍ଚ୍ଚରେ ଦିନର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁବା ସମ୍ଭାବନା ରହିଛି।

nis-ad
Leave A Reply

Your email address will not be published.