ଅମଲାପଡା ମା ବ୍ରାହ୍ମଣୀ ଦେବୀ ନୂତନ ପରିଚାଳନା କମିଟି ଗଠନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ସହର ଆମଲାପଡା ଠାରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ମାଁ ବ୍ରାହ୍ମଣୀ ଦେବୀ ପୂଜା ପାଇ ଆସୁଛନ୍ତି । କିନ୍ତୁ କିଛି ବର୍ଷ ହେବ ଏହି ମନ୍ଦିର ଅବହେଳିତ ଅବସ୍ଥାରେ ରହି ଆସିଥିଲା। କିନ୍ତୁ ଗତ ୪ ରୁ ୫ ମାସ ହେବ କିଛି ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପ୍ରଚେଷ୍ଟାରେ ଆଜି ପୁଣି ଏହି ଦେବୀ ପୀଠ ଚଳ ଚଞ୍ଚଳ ହେଇ ପାରିଛି। ବିନାୟକ ସାହୁ, ସାନୁ ନାୟକ,ବିଜୟ କୁମାର ନାୟକ,ସଦାନନ୍ଦ ସାମଲ,ସୁନୀଲ ଦିଗାଲ, ସାନୁଜ କହ୍ନର,ଗୁଡ଼ୁ ବେହେରା,ନିକୁ,ସତ୍ୟ ଦୋରା,ଲିକୁନ ପାତ୍ର,ଚିକୁନୁ ପାତ୍ର,ଭି.ଜଗନ୍ନାଥ ରାଜୁ,ସନ୍ତୋଷ ବାରିକ, ଅକ୍ଷୟ ମହାପାତ୍ର, ମାନସ ବଗର୍ତି,ସାଜନ ପାତ୍ର, ରାହୁଲ ବେହେରା,ମିଥୁନ ପାତ୍ର,ମିକୁନ ପାତ୍ର,ହରି ସୁବୁଦ୍ଧି,ଅନନ୍ତ କହଁର , ମାନସ ଭୋଇ, କାଳିଆ ଆଚାର୍ଯ୍ୟ,ଚିତ୍ରସେନ ନାୟକ,ସିକୁନ ପାତ୍ର,ସୁବ୍ରତ ଗାଣ୍ଡିଆ,ମାନସ ପୃଷ୍ଟି, ଲିପୁନ ବଗର୍ତି,ମାନସ ସାହାଣୀ,ବାଦଲ ଏବଂ କୃଷ୍ଣ ପ୍ରମୁଖ ମାନେ ଏହି ମନ୍ଦିରର ଦାୟିତ୍ୱ ନେଇ ତା’ର ରକ୍ଷଣ ବେକ୍ଷଣ କରି ମନ୍ଦିର ରଙ୍ଗ କରିବା ସହିତ ମନ୍ଦିର ପରିସରକୁ ସଫା କରି ପ୍ରତି ମଙ୍ଗଳ ବାର ଶନିବାର ସନ୍ଧ୍ୟା ଆଳତି କରି ଆସୁଛନ୍ତି। ଏହି ଯୁବଗୋଷ୍ଠୀ ଙ୍କ ପ୍ରଚେଷ୍ଟା ପାଇଁ ଆଜି ଏହି ମନ୍ଦିର ର ପୂର୍ବ ଗରିମା ଫେରି ଆସିବା ସମ୍ଭବ ହୋଇ ପାରିଥିବାର ସାଧାରଣରେ ଆଲୋଚନା ହେଇଛି। ପୁନଶ୍ଚ ଏହି ଦେବୀ ପୀଠର ସମ୍ପୁର୍ଣ୍ଣ ଦାଇତ୍ୱ ଏବଂ ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। କମିଟି ସଭାପତି -ସୁନାସିର ମହାପାତ୍ର ଉପ ସଭାପତି -ଭି. ଜଗନ୍ନାଥ ରାଜୁ,
ସମ୍ପାଦକ- କାବୁଲା ସେନାପତି,ସହସମ୍ପାଦକ – ଅକ୍ଷୟ ମହାପାତ୍ର,ଏବଂ କୋଷାଧକ୍ଷ -ସନ୍ତୋଷ ବାରିକ ।ବର୍ତମାନ ଠାରୁ ଆଗାମୀ ଦିନରେ ଏହି ଦେବୀ ପୀଠରେ ପୂଜାର୍ଚ୍ଚନା ତଥା ମନ୍ଦିରର ପରିଚାଳନା ସୁଚାରୁରୂପେ ପରିଚାଳନା ହେଇପାରିବ ବୋଲି ନବ ନିର୍ବାଚିତ ସଦସ୍ୟ ମତବ୍ୟକ୍ତ କରିଛନ୍ତି।

nis-ad
Leave A Reply

Your email address will not be published.