ଦାରିଙ୍ଗବାଡି ଠାରେ ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ

ଫୁଲବାଣୀ : ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅନ୍ତର୍ଗତ ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଠାରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଦାରିଙ୍ଗବାଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଦାରିଙ୍ଗବାଡି ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ତୁମୁଡିବନ୍ଧ ସରସ୍ବତୀ ବିଦ୍ୟା ମନ୍ଦିରର ସଭାପତି ତଥା ବିଶିଷ୍ଠ ହୋମିଓ ପ୍ୟାଥୀ ଚିକିତ୍ସାକ ପୁରୁଷୋତ୍ତମ ଲେଙ୍କା ବକ୍ତା ଭାବେ ଆଶୀର୍ବଚନ ପ୍ରଦାନ କରିଥିଲେ l ସଂକୁଳ ସଂଯୋଜଜ ତଥା ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ମାନଙ୍କ ପରିଚୟ ଦେଇଥିଲା ବେଳେ ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇ ବନବିହାରର ଉଦେଶ୍ୟ ତଥା ଆମ ଯୋଜନାର ଲକ୍ଷ୍ୟ ଉପରେ ଉପସ୍ଥାପନ କରିଥିଲେ l ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ସ୍ଥାନୀୟ ସମ୍ପାଦଜ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ l ଏଥିରେ ସଂକୁଳର ବାଲିଗୁଡା, ରାଇକିଆ, ଦାରିଙ୍ଗବାଡି, ସରଙ୍ଗଡ଼, ତୁମୁଡିବନ୍ଧ ଶିଶୁଵିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l ଏହି ଅବସରରେ ଅନୁଷ୍ଠିତ ସାମୂହିକ ସଂଗୀତ ପରିବେଷଣରେ ବାଲିଗୁଡା ପ୍ରଥମ, ତୁମୁଡିବନ୍ଧ ଦ୍ଵିତୀୟ ଓ ରାଇକିଆ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲେ l ସ୍ଥାନୀୟ ଶିଶୁ ଭାଇ ଭଉଣୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ରାଇକିଆ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କାମଦେବ ବେହେରା, ସରଙ୍ଗଗଡ଼ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯତୀନ୍ଦ୍ର ମାଝୀ , ଦାରିଙ୍ଗବାଡି ପ୍ରଧାନ ଆଚାର୍ଯ୍ୟ ସମେତ ଦାରିଙ୍ଗବାଡିର ସମସ୍ତ ପରିଚାଳନା ସମିତିର ସଦସ୍ୟଙ୍କ ସକ୍ରିୟ ପରିଚାଳନା ଓ ଗୁରୁଜୀ ଗୁରୁମାଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ଟି ସଫଳ ହୋଇଥିବାରୁ ଉଭୟ ସଂକୁଳ ପ୍ରମୁଖ ଓ ସଂକୁଳ ସଂଯୋଜକ ଧନ୍ୟବାଦ ଦେଇଛନ୍ତି l

nis-ad
Leave A Reply

Your email address will not be published.