ମାଲକାନଗିରି ଏକ୍ସ ବୋର୍ଡ ସ୍କୁଲର ଶତବାର୍ଷିକ ଉତ୍ସବ

ମାଲକାନଗିରି : ଦୁଇଦିନରେ ଦୁଇ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ନେଇ ଚଳଚଞ୍ଚଳ ମାଲକାନଗିରି ଗତକାଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ମାଲକାନଗିରି ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ ପାଇଁଆସିଥିବା ବେଳେ ଆଜି ଅଳ୍ପସଂଖ୍ୟକ, ଅନୁସୂଚିତଜାତି ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମାଲକାନଗିରି ଏକ୍ସ ବୋର୍ଡ ସ୍କୁଲର ଶତବାର୍ଷିକ ଉତ୍ସବରେ ଯୋଗଦାନ କରିଛନ୍ତି । ଆଜିର ଏହି ଶତବାର୍ଷିକ ଉତ୍ସବରେ ପୂର୍ବତନ ଶିକ୍ଷକ ଶ୍ରୀ ସିମାଞ୍ଚଳ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ପ୍ରଥମେ ପୂର୍ବତନ ଶିକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ ସ୍କୁଲର ଶତବାର୍ଷିକ ବିବରଣୀ ପାଠକରିଥିଲେ । ପ୍ରାକ ସ୍ବାଧୀନତା ପୂର୍ବରୁ ୧୯୨୦ ମସିହାରୁ ନିର୍ମିତ ଏହି ସ୍କୁଲ ମାଲକାନଗିରି ପ୍ରଥମ ସ୍କୁଲ ହୋଇଥିବା ବେଳେ ଏହିସ୍କୁଲ ରେ ପାଠ ପଢିବା ସହ ଶିକ୍ଷକତା କରି ଅବସର ନେବାର ନଜିର ରହିଛି ।ଏହି ମଣିଷ ତିଆରି କାରଖାନାରୁ ବହୁ ଶିକ୍ଷାକ,ବ୍ୟବସାୟୀ, ନେତା,ସରକାରୀ କର୍ମଚାରୀ ବାହାରିଥିବା ବେଳେ ୧୦୩ବର୍ଷିୟ ଏହି ପୁରାତନ ସ୍କୁଲର ଭିତ୍ତିଭୂମି ବିଷୟରେ ସମସ୍ତେ ଅବଗତ ସରକାରଙ୍କ ଏହି ସର୍ବପୁରାତନ ସ୍କୁଲପ୍ରତି ଧ୍ୟାନ ଦେବାପାଇଁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି ଶତ ବାର୍ଷିକ ଉତ୍ସବରେ ପୁରାତନ ଛାତ୍ର ଶ୍ରୀ ଜଗବନ୍ଧୁ ଚିଟିକି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟ ଛାତ୍ର ଛାତ୍ରୀ ତଥା ଶିକ୍ଷକଙ୍କୁ ଆଜିର ଏହି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିସହ ବିଭିନ୍ନ ପ୍ରତିଯୋଗିତା ନିବନ୍ଧ, ଗୀତ ଓ ନୃତ୍ୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ମଞ୍ଚାସୀନ ଅତିଥି ମାନେ ନିଜ ଅଭିଭାଷଣ ରେ ଶତାୟୁ ସ୍କୁଲର ସଫଳତା ବିଷୟରେ ତଥ୍ୟ ରଖିବା ସହ ଚଳିତ ବଜେଟ୍ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ବିଷୟରେ ଆଲୋଚନା କରିଥିଲେ ପରିଶେଷରେ ରେ ସାଂସଦ ରମେଶ ମାଝୀ ନିଜ ପାଣ୍ଠିରୁ ସ୍କୁଲ ର ବିକାଶ ପାଇଁ ୫ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଘୋଷଣା କରିଥିଲେ ।
ଆଜି ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସାରକା ଙ୍କ ସହ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପୋଡାଲ,ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧଃକ୍ଷା ଶ୍ରୀମତୀ ସମାରି ତାଙ୍ଗୁଳ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ଵୈଦ୍ୟ, ୧ନଂ ଯୋନ ସଦସ୍ୟ ଯୋଗଦେଇ ଥିଲେ ।

nis-ad
Leave A Reply

Your email address will not be published.