ଅଷ୍ଟ୍ରେଲିଆ: ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ…

ବ୍ରିସ୍‌ବେଅନ: ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ରେ ଥିବା ଇଣ୍ଡିଆନ୍ କନ୍‌ସୁଲେଟ୍ ଉପରେ ଆକ୍ରମଣ ହୋଇଛି । ୨୧ ତାରିଖ ରାତିରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ଭାରତର କାଉନ୍‌ସିଲ୍ ଅର୍ଚ୍ଚନା ସିଂହ ୨୨ ତାରିଖରେ କ୍ୱିନ୍ସଲାଣ୍ଡ ପୁଲିସକୁ ସୂଚନା ଦେଇଥିବା ଏଏନ୍‌ଆଇ ରିପୋର୍ଟରେ କୁହାଯାଇଛି । ପୁଲିସ କନ୍‌ସୁଲେଟ୍ ପରିସରରୁ କେତେକ ଖଲିସ୍ତାନୀ ପତାକା ଜବତ କରି ଅଭିଯୁକ୍ତଙ୍କ ତଲାସ ଚଳାଇଛି । ଏହା ପୂର୍ବରୁ ମହାଶିବରାତ୍ରିରେ ଦୁଇଟି ହିନ୍ଦୁ ମନ୍ଦିରକୁ ଦୁର୍ବୃତ୍ତମାନେ ଟାର୍ଗେଟ୍ କରିଥିଲେ ।

ଏ ସମ୍ପର୍କରେ ଭାରତ ସରକାର ଅଷ୍ଟ୍ରେଲିଆ ସହିତ ଆଲୋଚନା କରିଛନ୍ତି । ରିପୋର୍ଟ ଅନୁସାରେ ବ୍ରିସ୍‌ବେନ୍‌ର ଉପନଗରୀ ସ୍ୱାନ୍ ରୋଡ୍‌ରେ ଥିବା କନ୍‌ସୁଲେଟ୍ ଉପରେ ୨୧ ତାରିଖ ରାତିରେ କେତେକ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିବା ସହିତ ପରିସରକୁ ଖଲିସ୍ତାନ ପତାକା ଫିଙ୍ଗିଥିଲେ । ୨୨ ତାରିଖ ସକାଳେ କାଉନ୍‌ସିଲ୍ ଅର୍ଚ୍ଚନା ସିଂହ କ୍ୱିନ୍ସଲାଣ୍ଡ ପୁଲିସକୁ ସୂଚନା ଦେବା ପରେ ପୁଲିସ ପହଞ୍ଚି ସେଠାରୁ କେତେକ ପତାକା ଜବତ କରିଥିଲା । ତେବେ କନ୍‌ସୁଲେଟ୍ ଉପରେ କୌଣସି ବିପଦ ନଥିବା ପୁଲିସ କହିଛି ।

nis-ad
Leave A Reply

Your email address will not be published.