ମାର୍ଚ୍ଚ ୭ରେ ଅଫ୍‌ତାବ ମାମଲାର ଶୁଣାଣି…

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର୍ ହତ୍ୟା ମାମଲାରେ ପୁଲିସ ଅଫ୍‌ତାବ୍ ବିରୋଧରେ ଆଣିଥିବା ଅଭିଯୋଗ ଉପରେ ମାର୍ଚ୍ଚ ୭ ତାରିଖରେ ଦିଲ୍ଲୀର ଏକ କୋର୍ଟରେ ଶୁଣାଣି ହେବ । ଅଫ୍‌ତାବକୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯିବା ପରେ ଆଡିସିନାଲ୍ ସେସନ୍ସ ଜଜ୍ ମନୀଷା ଖୁରାନା କକ୍କଡ ଅଭିଯୋଗ ଉପରେ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି ।

ଲିଭ୍ ଇନ୍ ପାର୍ଟନର୍ ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିବା ପରେ ଅଫ୍‌ତାବ୍ ଶବକୁ ଟୁକୁଡ଼ା ଟୁକୁଡ଼ା କରି ଜଙ୍ଗଲରେ ଫିଙ୍ଗିଥିବା ଅଭିଯୋଗ କରାଯାଉଛି । ଏହି ମାମଲାରେ ଦିଲ୍ଲୀ ପୁଲିସ କୋର୍ଟରେ ୬,୬୨୯ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଥିଲା ।

nis-ad
Leave A Reply

Your email address will not be published.