ଚୀନ୍‌କୁ ଭାରତର ସିଧା ଜବାବ; ଇଣ୍ଡୋନେସିଆ ପହଞ୍ଚିଲା ଆଇଏନ୍‌ଏସ୍ ସିନ୍ଧୁକେଶରୀ…

ଜାକର୍ତ୍ତା : ଦକ୍ଷିଣ ଚୀନ୍ ସାଗରକୁ ନେଇ ଚୀନ୍ ଏବଂ ଆସିଆନ୍ ଦେଶ ମଧ୍ୟରେ ଲାଗିଥିବା ବିବାଦ ମଧ୍ୟରେ ଭାରତୀୟ ସବ୍‌ମେରିନ୍ ଆଇଏନ୍‌ଏସ୍ ସିନ୍ଧୁକେଶରୀ ପ୍ରଥମ ଥର ପାଇଁ ଜାକର୍ତ୍ତାରେ ପହଞ୍ଚିଛି । ଏହା ଚୀନ୍‌କୁ ଭାରତର ସିଧା ଜବାବ ବୋଲି କୁହାଯାଉଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ୩୦୦୦ ଟନ୍ ଓଜନ ବିଶିଷ୍ଟ ଡିଜେଲ୍ ଓ ବିଦ୍ୟୁତ୍ ଚାଳିତ ଆଇଏନ୍‌ଏସ୍ ସିନ୍ଧୁକେଶରୀ ବୁଧବାର ସୁନ୍ଦା ଉପସାଗର ଦେଇ ଜାକର୍ତ୍ତାରେ ପହଞ୍ଚିଛି । ଭାରତୀୟ ଯୁଦ୍ଧ ଜାହାଜ ପ୍ରାୟତଃ ଇଣ୍ଡୋନେିଆ ଏବଂ ଅନ୍ୟ ଆସିଆନ୍ ଦେଶ ଗସ୍ତ କରିଥାଏ ।

ତେବେ ପ୍ରଥମ ଥର ପାଇଁ ବିପଜ୍ଜନକ ଅସ୍ତ୍ରଶସ୍ତ୍ର ବହନ କରି କୌଣସି ସବ୍‌ମେରିନ୍ ଦକ୍ଷିଣ ଚୀନ୍ ସାଗରେ ଏତେ ଦୂର ଯାତ୍ରା କରିବା ଏହା ପ୍ରଥମ ଘଟଣା । ଚୀନ୍ ଦକ୍ଷିଣ ଚୀନ୍ ସାଗରରେ ଏକତରଫା କାର୍ଯ୍ୟାନୁଷ୍ଠାନ ସହିତ ଆଇଲାଣ୍ଡ୍ ନିର୍ମାଣ କରିବା ସହିତ ଏଠାରେ ନିଜର ସୈନ୍ୟ ମୁତୟନ କରିଛି । ଏପରି ସ୍ଥିତିରେ ଇଣ୍ଡୋନେସିଆରେ ଭାରତୀୟ ସବ୍‌ମେରିନ୍ ପହଞ୍ଚିବା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ଆଇଏନ୍‌ଏସ୍ ସିନ୍ଧୁକେଶରୀ ଦକ୍ଷିଣ ଚୀନ୍ ସାଗରେ ଏତେ ଲମ୍ବା ଦୂର ଅତିକ୍ରମ କରିବା ଚୀନ୍ ସହିତ ଭାରତର ମୁକାବିଲା ପ୍ରସ୍ତୁତିକୁ ପ୍ରଦର୍ଶିତ କରୁଛି ।

nis-ad
Leave A Reply

Your email address will not be published.