ଇସ୍କନ ଉପରେ ବ୍ୟାନ୍‌ ଲଗାଇବା ପାଇଁ ବାଂଲାଦେଶ ହାଇକୋର୍ଟରେ ଆବେଦନ

ଇସ୍କନ ଉପରେ ଲାଗିପାରେ ବଡ଼ ପ୍ରତିବନ୍ଧକ। ଘୋଷଣା ହୋଇପାରେ ବ୍ୟାନ୍‌। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏନେଇ ହାଇକୋର୍ଟରେ ଏକ ଆବେଦନ ମଧ୍ୟ ହୋଇଛି।

ପଡୋଶୀ ଦେଶ ବାଂଲାଦେଶରେ ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେଇଛି। କେବଳ ସେତିକି ନୁହେଁ ମନ୍ଦିର ଭଙ୍ଗାରୁଜା ମଧ୍ୟ କରାଯାଇଛି। ଇସ୍କନ ପୁଣ୍ଡରିକ ଧର୍ମଗୁରୁ ଚନ୍ମୟ କୃଷ୍ଣ ପ୍ରଭୁ ଦାସଙ୍କ ଗିରଫଦାରୀ ପରେ ଇସ୍କନ ଉପରେ ବ୍ୟାନ୍‌ ଲଗାଇବା ପାଇଁ ଯୋଜନା ଚାଲିଛି। ଏନେଇ ବାଂଲାଦେଶ ହାଇକୋର୍ଟରେ ଏକ ଆବେଦନ ମଧ୍ୟ କରାଯାଇଛି।

ଏହାରି ଭିତରେ ବାଂଲାଦେଶର ୟୁନୁସ ସରକାର ISKCONକୁ ଏକ ଧାର୍ମିକ ମୌଳବାଦୀ ସଂଗଠନ ବୋଲି ଘୋଷଣା କରିଛି। ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ହାଇକୋର୍ଟରେ କହିଛନ୍ତି ଯେ ଏହା ହେଉଛି ସରକାରଙ୍କ ମୁଖ୍ୟ ଏଜେଣ୍ଡା ଏବଂ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାର ଅର୍ଥ ହେଉଛି ISKCON କୁ ଖୁବଶୀଘ୍ର ବ୍ୟାନ୍‌ କରାଯିବ।

ଇସ୍କନକୁ ନେଇ ଦାୟର ହୋଇଥିବା ଆବେଦନ ଉପରେ ହାଇକୋର୍ଟ ବାଂଲାଦେଶର ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ISKCON ବିଷୟରେ ସୂଚନା ମାଗିଥିଲେ ଏବଂ ବାଂଲାଦେଶରେ ଏହା କିପରି ପ୍ରତିଷ୍ଠା କରାଯାଇଥିଲା ବୋଲି ପଚାରିଥିଲେ।

ଏହା ଉପରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଏହି ସଂଗଠନ ଏକ ରାଜନୈତିକ ଦଳ ନୁହେଁ। ଏହା ଏକ ରୁଢ଼ିବାଦୀ ସଂଗଠନ। ସରକାର ଏହାର ତଦନ୍ତ କରୁଛନ୍ତି। ଏହା ପରେ ହାଇକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ISKCON ଉପରେ ସରକାରଙ୍କ ପକ୍ଷ ଉପସ୍ଥାପନ କରିବାକୁ ଏବଂ ଗୁରୁବାର ସକାଳ ସୁଦ୍ଧା ଦେଶରେ ଆଇନଗତ ପରିସ୍ଥିତି ବୁଝାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଆଇନଗତ ବ୍ୟବସ୍ଥା ଯେପରି ଆହୁରି ନ ବିଡିବ ସେଥିପ୍ରତି ଦୃଷ୍ଟି ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କହିରଖୁ ଯେ, ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶର ଆଇନ ପ୍ରବର୍ତ୍ତନ ସଂସ୍ଥା ଚିନ୍ମୟ କୃଷ୍ଣ ଦାସଙ୍କୁ ୨୫ ନଭେମ୍ବରରେ ଗିରଫ କରିଥିଲା। ଏହାପରେ ବାଂଲାଦେଶ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଜେଲ ପଠାଇ ଦେଇଥିଲେ। ଏହା ପରେ ଚିନ୍ମୟ ଦାସଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସି ହିଂସାତ୍ମକ ବିରୋଧ ଆରମ୍ଭ କରିଥିଲେ। ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ସସାମ୍ବାଦିକଙ୍କ ସମେତ ଅତି କମରେ ୧୦ ଜଣ ଆହତ ହୋଇଥିଲେ।

nis-ad
Leave A Reply

Your email address will not be published.