୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କଲା ବ୍ରହ୍ମପୁର ପୋଲିସ, ୩ ଗିରଫ…

ବ୍ରହ୍ମପୁର : ବିଭିନ୍ନ ଥାନା ଇଲାକାରେ ଘଟିଥିବା ଚୋରୀ ଘଟଣାରେ ୩ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଆନୁମାନିକ ୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର କରିଛି ଉଦ୍ଧାର । ଗତ ଜାନୁୟାରୀ ମାସରେ ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ଏବଂ ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗର ଏବଂ ଗୋଳନ୍ଥରା ଥାନା ଅନ୍ତର୍ଗତ ବେଲକୁଦି ଓ ସୁରଳ ଗ୍ରାମରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଭିତି କରି ଏସ୍‌ପି ଡା. ସରବଣା ବିବେକଙ୍କ ନିର୍ଦ୍ଦେଶକ୍ରମେ ସଦର ଏସ୍‌ଡ଼ିପିଓ ଶିବପ୍ରସାଦ ମହାପାତ୍ରଙ୍କନେତୃତ୍ୱରେ ନିମଖଣ୍ଡି ଥାନା ଅଚଂଳ, ବଡ଼ବଜାର ଥାନା ଅଚଂଳ ଏବଂ ଗୋଳନ୍ଥରା ଥାନା ପୋଲିସକୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେଚଢ଼ାଉ କରାଯାଇଥିଲା । ଏହି ସଂକ୍ରାନ୍ତରେ ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଇନ୍ଦିରା ଆବାସ କଲୋନୀର ଏସ୍‌. ସନ୍ତୋଷ ଓରଫ ଶାନ୍ତୁ, ଟି. ଭୋଜନ ଓରଫ ଆକାଶ, ଟି. ଦିଲ୍ଲିପକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨୬୫ ଗ୍ରାମର ସୁନା, ଏବଂ ୩୫୦ ଗ୍ରାମର ରୂପା ଅଳଙ୍କାର ଉଦ୍ଧାର କରିଥିବା ଏସ୍‌ପି ଡା. ସରବଣା ବିବେକ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.