ଶୁଭମୁକ୍ତି ହେଲା ଛାତ୍ରଛାତ୍ରୀଙ୍କୁ ସଚେତନ ପାଇଁ କ୍ଷୁଦ୍ର ଚଳଚିତ୍ର…

କିଛି ହେବନାହିଁ ତ… ?

ମାଲକାନଗିରି : ଆଜିର ଯୁବ ପୀଢି କିମ୍ବା ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୋମଳମତୀ ବାଳକ ବାଳିକା ନିଜର ଭବିଷ୍ୟତ ଚିନ୍ତା ନକରି ବିପଥଗାମୀ ହୋଇ ସମାଜରେ ନିନ୍ଦିତ ହେବା ସହ ନିଜ ପରିବାର ଓ ଜ୍ଞାତି କୁଟୁମ୍ଭଙ୍କ ନିକଟରେ ଅପରାଧୀ ହୋଇ ଯାଆନ୍ତିା ଏପରିକି ଆଇନ ଅନୁଯାୟୀ ଦଣ୍ଡିତ ହୋଇ ନିଜର ଆଗାମୀ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଇଥାନ୍ତିା ଏଣୁ ଏମାନଙ୍କୁ କିପରି ସଚେତନ କରାଯାଇ ପାରିବ ସେ ସମ୍ବନ୍ଧରେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମା ବାଳକ ଉଚ୍ଚ ବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ମାଲକାନଗିରି ଏସ୍‌.ଡି.ପି,.ଓ ସଚିନ ପଟେଲ ଏକ କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଓ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲୋ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଶିକ୍ଷା ଗ୍ରହଣ କରୁଥିବା ସମୟରେ କିମ୍ବା ନାବାଳକ ନାବାଳିକା ଥିବା ବେଳେ କୌଣସି ଏପରି ଭୁଲ ନକରନ୍ତୁ ଯଦ୍ୱାରା ସେମାନେ ନିନ୍ଦିତ ହେବା ସହ ଭବିଷ୍ୟତକୁ ଅନ୍ଧାରରେ ଠେଲିହୋଇ ଯାଆନ୍ତିା ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟକୁ ନଆସି ନାବାଳକ ନାବାଳିକା ମାନେ ପ୍ରେମ ଜାଲରେ ଛନ୍ଦି ହୋଇ ଯାଆନ୍ତିା ଏପରେ ଅନେକ ଘଟଣା ଆମ ରାଜ୍ୟ ଓ ମାଲକାନଗିରି ଜିଲ୍ଲାରେ ଘଟୁଛିା ଅନେକ କୋମଳମତୀ ବାଳକ ବାଳିକା ଏହି ଘଟଣାକୁ ନେଇ ଆତ୍ମହତ୍ୟା କରିବାର ମଧ୍ୟ ନଜିର ଅଛିା ଏହାକୁ କିପରି ରୋକା ଯାଇପାରିବ ଓ ଏପରି ଭୁଲ କଲେ କି ଦଣ୍ଡ ବିଧାନ ଦିଆ ଯିବ ସେ ସମ୍ବନ୍ଧରେ ଏହି କ୍ଷୁଦ୍ର ଚଳଚିତ୍ର କିଛି ହେବ ନାହିଁ ତ ମାଧ୍ୟମରେ ସଚେତନ କରା ଯାଇଥିଲ।। ଏଥିରେ ସ୍ଥାନୀୟ ଆଇ.ଆଇ.ସି., ଅନ୍ୟ ପୋଲିସ ଅଧିକାରୀ, ଶିଶୁ କଲ୍ୟାଣ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ସ୍ଥାନୀୟ କଳାକାର ମାନେ ଏହି ଚଳଚିତ୍ରଟିକୁ ନିପୁଣ ଭାବେ ପ୍ରସ୍ତୁତ କରିଥିଲେ ।

nis-ad
Leave A Reply

Your email address will not be published.