ଛତ୍ରପୁର: ଗଞ୍ଜାମ ବ୍ଲକ ପୋଡ଼ମପେଟା ନିକଟ ବେଳାଭୂମିରେ ଅଲିଭ ରିଡିଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ ଲକ୍ଷ ସାମୁଦ୍ରିକ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଗଞ୍ଜାମ ବ୍ଲକ ପୋଟମପେଟା, ଗୋଖରକୁଦା ସମୁଦ୍ରର ନୀଳ ଜଳରାଶିରୁ ବେଳାଭୂମିକୁ ଛୁଟି ଆସି ଅଣ୍ଡାଦାନ କରୁଥିବା ଦେଖିବାକୁ ମିଳିଛି ।
ବିଶେଷ କରି ରାତି ସମୟରେ ଏହି ଅଣ୍ଡାଦାନ ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷ ଏହା ଦିନରେ ହେଉଥିବା ଦେଖିବାକୁ ମିଳିଛି । ଯାହାକି ଅତି ବିରଳ । ଗତ ବର୍ଷ ୫ ଲକ୍ଷ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ଗଣ ଅଣ୍ଡାଦାନ ହୋଇଥିବା ବେଳେ ଯାହାକି ରେକର୍ଡ ହାସଲ କରିଥିଲା । ଚଳିତ ବର୍ଷ ମଧ୍ୟ ଅଧିକ ଅଣ୍ଡା ଦାନ ହେବା ନେଇ ଆଶା ରଖିଛି ବନ ବିଭାଗ । ସୁରକ୍ଷାକୁ ଦୃଷ୍ଟିରେ ରଖି ୫କିମି ପର୍ଯ୍ୟନ୍ତ ବନ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି କରାଯିବା ଶହ ତାରବାଡ଼ ବନ୍ଧାଯାଇଛି ।