କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରି କରିବା ପାଇଁ ସମୀକ୍ଷା ବୈଠକ…

ଭୁବନେଶ୍ୱର ୨୨/୨ : ଗତକାଲି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଅନୁରୋଧ କ୍ରମେ ଓ ମୁଖ୍ୟ ବନ ସଂରକ୍ଷଙ୍କ ( ପି. ସି. ସି. ଏପ୍ ) କେନ୍ଦୁପତ୍ର ସଂସ୍ଥାର ପ୍ରମୁଖ ଶ୍ରୀମତୀ ପୁସା. ଜେ. ମେକ୍ରୋ ଙ୍କ ଆହ୍ବାନ କ୍ରମେ ଗତ ନଭେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକ କର୍ମଚାରୀ ମାନଙ୍କ ଉଦ୍ଦେଶ୍ୟ ରେ କରିଥିବା ଘୋଷଣା କୁ ସଠିକ୍ ଭାବରେ କାର୍ଯ୍ୟକାରି କରିବାକୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି ଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ତଥା ଡିଭିଜନ ସ୍ତରୀୟ ସଂପାଦକ ମାନେ ଯୋଗ ଦେଇଥିଲେ।
ଆଲୋଚନା ର ସୂଚନା ଅନୁଯାୟୀ ରାଜ୍ୟରେ ବିଭିନ୍ନ ଡିଭିଜନ ରେ ପ୍ରାୟ ୧ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳୀ ସିଜନାଳ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନାହାନ୍ତି। ଏହା ଏକ ବଡଧରଣର ସଂଖ୍ୟା । ଏଥି ପାଇଁ କେବଳ ରାସନ୍ କାର୍ଡ କୁ ଭିତ୍ତି ନ କରି କେନ୍ଦୁପତ୍ର କାର୍ଡ ବା ପରିଚୟ ପତ୍ର କୁ ଭିତ୍ତି କରି ଅନ୍ତର୍ଭୁକ୍ତ ହୋଇନଥିବା କେନ୍ଦୁପତ୍ର ସଂସ୍ଥାର ସମସ୍ତ ଶ୍ରେଣୀ ଶ୍ରମିକ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରେ ସହାୟତା ରେ ଏକ ନିର୍ଦ୍ଧାରିତ ସଂଖ୍ୟାରେ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନିର୍ଦ୍ଧାରିତ ସମୟରେ ଅନ୍ତର୍ଭୁକ୍ତ କରିବାକୁ ସଂପୃକ୍ତ ସଂସ୍ଥା ପଦକ୍ଷେପ ନେବାକୁ ମତାମତ ପ୍ରକାଶ ପାଇଥିଲା।
ଅନ୍ୟ ଏକ ମୁଖ୍ୟ ସମସ୍ୟା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳୀ, ସିଜନାଲ୍ କର୍ମଚାରୀ ଓ ବନ୍ଧେଇ ଶ୍ରମିକ ମାନଙ୍କ ପୁତ୍ର କନ୍ୟା ମାନେ ମାଟ୍ରିକ ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଶିକ୍ଷା ବୃତ୍ତି ପାଇବା ଦିଗରେ ଦେଇଥିବା ଘୋଷଣା ସ୍ବାଗତ ଯୋଗ୍ୟ ହେଲେ ମଧ୍ୟ ଏଥିରେ ଥିବା ସର୍ତ୍ତ କ୍ରମେ ପରୀକ୍ଷାରେ ଶତକଡା ୫୦% ଭାଗ ନମ୍ବର ରଖିବା ସର୍ତ୍ତ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଅଭିଭାବକ ମାନଙ୍କ ଆର୍ଥିକ ଶକ୍ତି ଅଭାବରେ ଏତିକି ନମ୍ବର ରଖି ମାଟ୍ରିକ ବା +୨ ବା ଅନ୍ୟାନ୍ୟ ପରୀକ୍ଷା ରେ କୃତଜ୍ଞତା ହେବା ପ୍ରାୟତଃ ସମ୍ଭବ ପର ନୁହେଁ। ଏଥି ଯୋଗୁ ଶତକଡା ୯୦/୯୪ ସଂଖ୍ୟା ଏହି ବୃତ୍ତି ପାଇବାରୁ ବଂଚିତ ହୋଇଥିବାରୁ।ଏଥିରେ ଥିବା ସର୍ତ୍ତକୁ କୋହଳ କରି ଶତକଡା ୪୦% ବା ୪୫% ରେ ଉତିନ୍ନ ଛାତ୍ର ଛାତ୍ରୀ ମାନଙ୍କୁ ପାଣ୍ଠି ଯୋଗାଇ ଦେବା ପାଇଁ ଦାବୀ କରାଯାଇଛି। ସହାୟତା ପୂର୍ବପରି ପ୍ରଚଳନ କରାଗଲେ ଅଧିକ ପରିମାଣରେ ଛାତ୍ର ଛାତ୍ରୀ ଲାଭବାନ ହେବେ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ବାସ୍ତବରେ କାର୍ଯ୍ୟକାରି ହେବ। ଏଥି ପାଇଁ ଦରଖାସ୍ତ ଗ୍ରହଣର ତାରିଖ ମାର୍ଚ ଶେଷସୁଦ୍ଧା ବୃଦ୍ଧି କରିବାକୁ ପରାମର୍ଶ ଦୀୟ।ଜାଇଛି ଏବଂ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେବା ଉଚିତ୍।
ଯେଉଁ ତୋଳାଳୀ ମାନେ ତୋଳାଳୀ କାର୍ଡ ପାଇନାହାନ୍ତି ସେମାନଙ୍କୁ ତୋଳାଳୀ କାର୍ଡ ଦେଇ ସମସ୍ତ ତୋଳାଳୀ ମାନଙ୍କୁ ପରିଚୟ ପତ୍ର ଦେବାକୁ ମୁଖ୍ୟ ମନ୍ତ୍ରୀଙ୍କୁ ଘୋଷଣାକୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରି କରିବାକୁ ନିଷ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ବିଭିନ୍ନ ଡିଭିଜନ ରେ ସିଜନାଲ କର୍ମଚାରୀଙ୍କ ପଦପଦବୀ ପୂରଣ କରିବାକୁ ପି.ସି.ସି.ଏପ. ପ୍ରତିଶ୍ରୁତି ଦେଇ ଥିଲେ। ପତ୍ର ସୁଖାଇବ ଓ ଗୋଦାମରେ ରଖିବା ମଜୁରୀ ବୃଦ୍ଧି କରିବା ଓ ମୁନସୀ ଏବଂ ଚପ୍ରାସି ମାନଙ୍କ କାର୍ଯ୍ୟ ଦିବସ, ଅସ୍ଥାୟୀ ୱାଚର ମାନଙ୍କ ଘୋଷିତ କାର୍ଯ୍ୟକାଳ କୁ କାର୍ଯ୍ୟକାରୀ କରିବା ଏବଂ ସିଜନାଲ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବାକୁ ସଂଘ ପକ୍ଷରୁ ଦାବୀ ହୋଇଥିଲା।

ସବୁଠାରୁ ଉଲ୍ଲେଖନୀୟ ବିଷୟ ଗତବର୍ଷ ବୋନସ ଓ ସାମାଜିକ ନିରାପତ୍ତା ଓ ପ୍ରୋତ୍ସାହନ ଇତ୍ୟାଦି ପାଇଁ ଯେଉଁସବୁ ଚଳିତ ବର୍ଷ ସୁଦ୍ଧା କେନ୍ଦୁପତ୍ର ଉନ୍ନୟନ ପରିଷଦରେ ଘୋଷଣା ହେବା କଥା ଏବଂ ବିଶେଷ ଭାବରେ କନ୍ୟା ବିବାହ ସହାୟତା ମଧ୍ୟ ଉକ୍ତ ବୈଠକରେ ଘୋଷଣା କରିବାକୁ ଦାବୀ କରାଯାଇଛି। ଗୁଛା କଟାଇ ଧାର୍ଯ୍ୟ ଲକ୍ଷ ବୃଦ୍ଧି କରିବା ଏବଂ କେନ୍ଦୁପତ୍ର ସଂଗ୍ରହ ଧାର୍ଯ୍ୟ ବୃଦ୍ଧି କରିବା, ମୃତ୍ୟୁ କାଳୀନ ସହାୟତା ଇତ୍ୟାଦି ଯଥା ସମୟରେ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଥିବା। ଏହି ସମୀକ୍ଷା ବୈଠକରେ କେଣ୍ଡୁଲିଫ ୱେଲ ଫ୍ୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତି, କଟକ ସି.ସି.ଏପ. ଶ୍ରୀ ସୁଦର୍ଶନ ପାତ୍ର ବଲାଙ୍ଗୀର ସି.ସି.ଏପ. ପ୍ରଦୀପ୍ତ ମହାପାତ୍ର ଏବଂ ଏସି.ସି.ଏପ ଲଲାଟେନ୍ଦୁ ଜେନା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ଇତି ମଧ୍ୟରେ ସର୍ବନିମ୍ନ ମଜୁରୀ ଉପଦେଷ୍ଟା କମିଟି ଗଠିତ ହୋଇ ଯାଇଛି। ଏହି ବିଷୟରେ ସଂଘର କର୍ମକର୍ତ୍ତା ମାନେ ଶ୍ରମ ମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ସାହୁ ଏବଂ ଉକ୍ତ କମିଟିର ଅଧ୍ୟକ୍ଷ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର ଙ୍କୁ ସାକ୍ଷାତ କରି। ଯଥା ଶୀଘ୍ର କମିଟିର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ଏହା ଯେତେ ଶୀଘ୍ର ହେବ ସିଜନାଲ କର୍ମଚାରୀ ମାନଙ୍କର ମାସିକ ମଜୁରୀ ବୃଦ୍ଧି ହେବା ସମ୍ଭବପର ହେବ।
ଏହା ସହିତ ଗତକାଲିର ସମୀକ୍ଷା ବୈଠକରେ ଉପରୋକ୍ତ କର୍ମକର୍ତ୍ତାଙ୍କ ସମେତ ରାଜ୍ୟ ଉପସଭାପତି ଗୋକୁଳ ମେହେର, କୋଷାଦକ୍ଷ ଦୀନବନ୍ଧୁ ବେହେରା, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତୁଜା, ଅନାଦି ସାହୁ, କ୍ଷେତ୍ର ଚନ୍ଦ୍ର ବାରିକ, ଯଦୁମଣି ପାଣିଗ୍ରାହୀ, ସଞ୍ଜୟ ଚୌଧୁରି, କିଶୋର ପ୍ରଧାନ, ଭୂପେନ୍ଦ୍ର ନୟଜ, ଶିବ ପରିଚ୍ଛା, ରତ୍ନାକର ପ୍ରଧାନ, ରାଜୁ ବିଶି, ଭକ୍ତ ମାଝୀ, ଶଙ୍କର୍ଷଣ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.