ଫୁଲବାଣୀର ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ ଉପସ୍ଥାପନା କଲା ସଂଗଠନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ଦ୍ୱାରା ଆଜି ଫୁଲବାଣୀ ବ୍ଲକର ଥିବା ୧୧ ଗୋଟି ଗ୍ରାମ ପଂଚାୟତର ୧୨୪ଟି ଗ୍ରାମର ଦୁଇ ମାସ ଧରି, ” ସ୍ୱଚ୍ଛ ଗ୍ରାମ ଅଭିଯାନ” ନିମନ୍ତେ ଏକ ସର୍ଭେ କରାଯାଇଛି, ଉକ୍ତ ସର୍ଭେ ରିପୋର୍ଟ ରେ ଗ୍ରାମଞ୍ଚଳ ର ଥିବା ବିଭିନ୍ନ ସମସ୍ୟା ଯଥା, ସିସି ଡ୍ରେନ, କଂକ୍ରିଟ ରାସ୍ତା, ପିଇବା ପାଣି, ଖଲା କୂପ,ନଳକୂଅ,ଅଙ୍ଗନବାଡି କେନ୍ଦ୍ର ଏବଂ ବ୍ୟକ୍ତିଗତ ଶୌଚାଳୟ ଉପରେ ଏକ ତଥ୍ୟ ସଂଗ୍ରହ କରି ଆଜି ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆଙ୍କୁ ଉକ୍ତ ସମସ୍ୟା ଉପରେ ପ୍ରାଧନ୍ୟ ଦେବାପାଇଁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।ସ୍ୱାଧୀନତାର 75 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସାଧାରଣ ଗାଁ ଗହଳିରେ ବାସ କରୁଥିବା ଲୋକ ମାନେ ନିଜର ମୌଳିକ ସୁବିଧା ପାଇବାରେ ବଞ୍ଚିତ ଅଛନ୍ତି।ବିଶେଷ କରି ଆଗାମୀ ଗ୍ରୀଷ୍ମ ୠତୁକୁ ଦେଖି ଗ୍ରାମାଞ୍ଚଳ ଥିବା ଜଳ କଷ୍ଟ କୁ ସୁଧାରିବାକୁ, ପ୍ରତି ଗ୍ରାମର ଥିବା ଜଳ ର ଉତ୍ସ ଯଥା ଅଚଳ ନଳକୂପ, ଖୋଲା କୁଅଁ, ଷ୍ଟାଣ୍ଡ ପୋଷ୍ଟ, ଆଦି ଗୁଡିକ ତୁରନ୍ତ ମରାମତି କରିବା ସହିତ ଆବଶ୍ୟକ ଗ୍ରାମରେ ତୁରନ୍ତ ନୂତନ ନଳକୂଅ ଏବଂ ସୋଲାର ନଳକୂପ ନିର୍ମାଣ କରି ପ୍ରତି ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ମହିଳା ଜୀବିକା ସୁରକ୍ଷା ଲୋକ ସଂଗଠନ ଫୁଲବାଣୀ ପକ୍ଷରୁ ଦୃଢ ଦାବୀ କରିଛି।ଏହା ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରେ ମଧ୍ୟ୍ୟ ଆବଶ୍ୟକ ଭିତ୍ତି ଭୂମି ନଥିବାରୁ ଛୋଟ ଛୋଟ ପିଲାମାନେ ନାହିଁ ନ ଥିବା ସମସ୍ୟାର ଶିକାର ହେଉଥିବାର ଫୁଲବାଣୀ ବ୍ଲକରେ ଦେଖିବାକୁ ମିଳିଛି।ଆଜିର ଏହି ଦାବୀ ପତ୍ର ଦେବା କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ୧୧ ଗୋଟି ଗ୍ରାମ ପଂଚାୟତର ମାଆମାନେ ଏବଂ ସଂଗଠନର ବ୍ଲକ ସଂଯୋଜକ ଏବଂ ଜିଲ୍ଲା କାର୍ଯ୍ୟ କାରିଣୀ କମିଟିର କର୍ମୀ ସି ଏଚ ଭାରତୀ ରାଓ ,ମାନିନୀ ବେହେରା, ସିଦ୍ଧେଶ୍ଵର ଭାଇ ବ୍ଲକ ସମ୍ପାଦକ ସୁମତି ମୁଖି ଜନସାଥି ମାନିନି ବେହେରା ସମେତ ବ୍ଲକର ଅନେକ ମାଆ ମାନେ ଯୋଗ ଦେଇ ଥିଲେ।ଏଭଳି ଅଭିଯୋଗ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋନଜ କୁମାର ପାଢ଼ୀ, ଖୁଵ ପ୍ରଶଂସା କରି ଯଥା ଶୀଘ୍ର ଗ୍ରାମଞ୍ଚଳର ଥିବା ପାଣି ସମସ୍ୟା ଏବଂ ସିସି ରାସ୍ତା, ନଳକୂଅ ମରାମତି କରାଯିବ ବୋଲି, ସଂଗଠନର ସମସ୍ତ କର୍ମ କର୍ତ୍ତା ଙ୍କୁ ଦୃଢ଼ ପ୍ରତିଶୃତି ଦେଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀଙ୍କୁ ଦିଆଯାଇଥିବା ସର୍ଭେ ରିପୋର୍ଟକୁ ପଠାଇ ତଦନ୍ତ କରି କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି।
ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏପରି ପଦକ୍ଷେପକୁ ଅଂଚଳବାସୀ ଖୁଵ ଆନନ୍ଦିତ ମନେ କରିଛନ୍ତି।

nis-ad
Leave A Reply

Your email address will not be published.