ବଡଯାତ୍ରା ନେଇ ପ୍ରସ୍ତୁତି ବୈଠକ…

ମାଲକାନଗିରି : ପ୍ରତି ଦୁଇ ବର୍ଷରେ ମହା ଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡ ଯାତ୍ରା । ଏ ନେଇ ଜିଲ୍ଲାରେ ବଡ ଯାତ୍ରା ପୂଜା ଆରମ୍ଭ ହୋଇଯାଇଛି । ତେଣୁ ଆଜି ଉପଜିଲ୍ଲାପାଳଙ୍କ କକ୍ଷ ଠାରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଗଣ ମାଧ୍ୟମକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ଯାତ୍ରାରେ ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ଏବଂ ଓଡିଶାର ଲକ୍ଷାଧିକ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ପାର୍କିଙ୍ଗ ନିୟମ ମାନିବା ସହ ଜ଼ିଲ୍ଲା ଏବଂ ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ଖେମୁଣ୍ଡୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୨୬ ଫେବୃଆରୀ ରେ ଦେବାଦେବୀ ମାନେ ପୋଲ୍ଲୁରୁ ଠାରେ ରାତ୍ର ରହଣି କରିବେ । ୨୭ ଫେବୃଆରୀ ପୂର୍ବାହ୍ନ ୦୮ ଘଟିକା ରେ ଆନ୍ଧ୍ର-ପୋଲ୍ଲୁରୁ ଅଭିମୁଖେ ଯାତ୍ରା ଆରମ୍ଭ ହେବ । ପୂର୍ବାହ୍ନ ୦୯ ଟାରେ ଓଡିଶା ପଲ୍ଲୁରରୁ ଆନ୍ଧ୍ର ପଲ୍ଲୁରକୁ ନୌକା ବିହାର ହେବ । ପୂର୍ବାହ୍ନ ୧୦ଟାରେ ଆନ୍ଧ୍ର ପୋଲ୍ଲୁରୁ ଠାରୁ ତାରକାରେଉ ନଦୀ ଘାଟ ଅଭିମୁଖେ ଯାତ୍ରା ହେବ । ପୂର୍ବାହ୍ନ ୧୧ ଟାରେ ତାଡ଼ିକା ରାଓ ନଦୀଘାଟ ଠାରେ ଦେବାଦେବୀଙ୍କର ସ୍ନାନ ଯାତ୍ରା ହେବ। ଅପରାହ୍ନ ୦୧ଘଣ୍ଟାରେ ନଦୀଘାଟ ଠାରୁ ଆନ୍ଧ୍ର ପୋଲ୍ଲୁରୁ ପ୍ରତ୍ୟାବର୍ତନ ହେବ । ଅପରାହ୍ନ ୦୨ଟାରେ ଆନ୍ଧ୍ର ପୋଲ୍ଲୁରୁ ଠାରେ ଦେବାଦେବୀ ରହଣି କରିବେ ଏବଂ ଅପରାହ୍ନ ୦୩ଟାରେ ଆନ୍ଧ୍ର ପୋଲ୍ଲୁରୁ ଠାରୁ ଓଡିଶା ପୋଲ୍ଲୁରୁ କୁ ଦେବାଦେବୀଙ୍କ ନୌକା ବିହାର ହେବ । ଅପରାହ୍ନ ୦୪ଟାରେ ଦେବାଦେବୀ ଓଡିଶା ପଲ୍ଲୁର ଠାରେ ପହଂଚିବେ ଏବଂ ସେଠାରେ ରହଣି ହେବ । ସେହିପରି ଅପରାହ୍ନ ୦୬ଟାରେ ପୋଲ୍ଲୁରୁ ଠାରୁ ମାନ୍ୟମକୋଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ ହୋଇ ଦେବାଦେବୀ ମାନ୍ୟମକୋଣ୍ଡା ଠାରେ ରହଣି ହେବ ।
ମାଲକାନଗିରି ସଦର ମହକୁମା ଠାରେ ୦୪-ମାର୍ଚ୍ଚ ରୁ ୦୭-ମାର୍ଚ୍ଚ ପର୍ଯ୍ୟନ୍ତ ବଡଯାତ୍ରା ପାଳନ ହେବ । ୦୪-ମାର୍ଚ୍ଚ ରେ କନ୍ୟାମାଝି ପୂଜାସ୍ଥଳରେ ଦେବାଦେବୀ ପୂର୍ବାହ୍ନ ୦୭ଟାରୁ ରାତ୍ର ୦୮ଟା ପର୍ଯ୍ୟନ୍ତ ପୂଜା ପାଇବେ । ଏ ନେଇ ବ୍ଲକ କାର୍ଯ୍ୟାଳୟ ରାସ୍ତା , ମାରଫେଡ ଏବଂ ଏସଏଭି ବିଦ୍ୟାଳୟ ଠାରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ସେହିପରି ମାଣ୍ଡିଆଭଟା ଠାରେ ୦୪-ମାର୍ଚ୍ଚ ରାତ୍ର ୦୯ ଘଟିକାରୁ ୦୫-ମାର୍ଚ୍ଚ ରାତ୍ର ୦୮.୦୦ ଘଟିକା ପର୍ଯ୍ୟନ୍ତ ପୂଜା କାର୍ଯ୍ୟ ଚାଲୁ ରହିବ । ଏ ନେଇ ସି ଡ଼ିଭି ଓ କାର୍ଯ୍ୟାଳୟ ଓ ଟାଉନ ହଲ ଠାରେ ପାର୍କିଙ୍ଗ କରାଯିବ । ସେହିପରି ୦୫-ମାର୍ଚ୍ଚ ପୂର୍ବାହ୍ନ ୧୦ଟାରୁ ମାଉଲି ମା ମନ୍ଦିର ଠାରେ ପୂଜା କାର୍ଯ୍ୟ ଆରମ୍ଭ ହୋଇ ୦୮-ମାର୍ଚ୍ଚ ପୂର୍ବାହ୍ନ ୦୪ ଟା ପର୍ଯ୍ୟନ୍ତ ଚାଲୁ ରହିବ । ଏଥିନିମନ୍ତେ ଜଗନ୍ନାଥ ମନ୍ଦିର ପଛ ପାର୍ଶ୍ୱରେ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି । ସମସ୍ତ ଭାରି ଯାନ ଗୁଡିକ କଲେଜ ଛକରୁ କେନାଲ ଛକ ଭାୟା ପୁରୁଣା ମେଡିକାଲ ଛକ ଏବଂ ଆଈଏମଏସଟି ଛକ ହୋଇ ବାଇପାସ ରାସ୍ତା ଦେଇ ଯାତାୟାତ କରିବ । ସେହିପରି ଭକ୍ତଙ୍କ ନିମନ୍ତେ ପାନୀୟଜଳ, ଆମ୍ବୁଲାନ୍ସ , ଭ୍ରାମ୍ୟମାଣ ଶୌଚାଳୟ ଏବଂ ସିଲେରୁ ନଦୀରେ ଭକ୍ତଙ୍କ ଯାତାୟାତ ପାଇଁ ଜେଟି ର ବ୍ୟବସ୍ଥା ନେଇ ସୂଚନା ଦିଆଯାଇଛି । ଏହି ଆଲୋଚନାରେ ଏସଡ଼ିପିଓ, ସଚିନ ପଟେଲ , ଆଇ ଆଇ ସି , ରିଗାନ କିଣ୍ଡୋ, ଅତିରିକ୍ତ ତହସିଲଦାର, ଜଗଦୀଶ କାର୍ତାମୀ, ଅଶୋକ କୁମାର ପାଲ ଏବଂ ଡ଼ିଆଇପିଆରଓ, ପ୍ରମିଳା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.