ଟ୍ରକ-ଅଟୋ ମୁହାଁମୁହିଁ, ୫ ମୃତ

ରାୟଗଡା: ରାୟଗଡା ନିକଟ କମରଡାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମା ମଝିଘରିଆଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଦୂର୍ଘଟଣା । ଅଟୋରେ ଆନ୍ଧ୍ର କମରଡାରୁ ୮ଜଣ ରାୟଗଡା ଆସିଥିଲେ । ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ,  ବିଶାଖାପାଟଣାରୁ ଆସୁଥିବା ଏକ ଟ୍ରକ ସହ ଏକ ଅଟୋ ମୁହାଁମୁହି ଧକ୍କା ହୋଇଥିଲା। ଫଳରେ ଏଥିରେ ବସିଥିବା ୮ଜଣଙ୍କ ମଧ୍ୟରୁ ଡ୍ରାଇଭରଙ୍କ ସମେତ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଆହତଙ୍କୁ ପାର୍ବତୀପୁରମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ରାମଭଦ୍ରପୁରମ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାୟଗଡ଼ାର ମା’ ମଝିଘରିଆଣୀ ମନ୍ଦିର ଦର୍ଶନ ସାରି ଅଟୋ ଯୋଗେ ଯାତ୍ରୀମାନେ କୋମରଡ଼ାକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.