ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଜୁ କଲ୍ୟାଣ ମଣ୍ଡପ ଠାରେ ଦକ୍ଷତା ବିକାଶ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଛି l ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଓ ବ୍ଲକ ପ୍ରଶାସନ ତରଫରୁ ଆୟଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଟ୍ରେଡ୍ ରେ ଛାତ୍ର ,ଛାତ୍ରୀ ମାନେ କିପରି ଦକ୍ଷତା ବୃଦ୍ଧି କରି ପାରିବେ ସେ ନେଇ ବିଭିନ୍ନ ଶିଳ୍ପ ତାଲିମ ପ୍ରତିଷ୍ଠାନ ରୁ ଆସି ଥିବା ଅଧ୍ୟାପକ ମାନେ ସୂଚନା ଦେଇ ଥିଲେ l କାର୍ଯ୍ୟ କ୍ରମରେ ଫିରିଙ୍ଗିଆ ବ୍ଲକ ର ବିଭିନ୍ନ କାର୍ଯ୍ୟାଳୟ ର ନବମ ଦଶମ ଶ୍ରେଣୀ ଓ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଶିଳ୍ପ ନିଯୁକ୍ତି ଓ ବୈଷୟିକ ଶିକ୍ଷା ଉପରେ ଶିକ୍ଷା ଗ୍ରହଣ କରି ଥିଲେ l ଅନ୍ୟ ପଟେ ତାଲିମ ଦାତା ମାନେ ଏହି କାର୍ଯ୍ୟ କ୍ରମ ଦ୍ଵାରା ମେଧା ର ବିକାଶ ହୋଇ ପାରିବ ବୋଲି କହିଥିଲେ l କାର୍ଯ୍ୟ କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ର ହିସାବ ରକ୍ଷକ ସଚିନ ଯାଠେ , ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର , ଅତିରିକ୍ତ ଯନ୍ତ୍ରୀ ଜୟ ପ୍ରକାଶ ଜେନା , ଓ ଏଲ ଏମ୍ ସଂଗ୍ରାମ କେଶ୍ୱରି ସାହୁ , ବିଭିନ୍ନ ଶିଳ୍ପ ଅନୁଷ୍ଠାନର ଅଧ୍ୟାପକ ଏବଂ ତାଲିମ ଦାତା ଭାବରେ ରବି ନାରାୟଣ ପଣ୍ଡା , କାହୁଁ ଚରଣ ପ୍ରଧାନ , ପ୍ରଶାନ୍ତ କୁମାର ଛୁଆଳ ସିଂ ,ସୁଭସ୍ମିତା ,ରାଧା କାନ୍ତ ପ୍ରଧାନ , ଓ ଅନ୍ୟ ମାନେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସୁବିଧା କାର୍ଯ୍ୟକ୍ରମ , ଶିକ୍ଷା ର ବିକାଶ ଉପରେ ବୁଝାଇଥିଲେ l
Sign in
Sign in
Recover your password.
A password will be e-mailed to you.