କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଦୁଇଟି ମାମଲାରେ ସତ୍ୟତା ନାହିଁ ବୋଲି ଭୁବନେଶ୍ୱର ଡିସିପି ଜଣାଇବା ପରେ ହାଇକୋର୍ଟ ଉଭୟ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଏହି ଦୁଇଟି ମାମଲାରେ ଏତଲାକାରୀ ପରୋକ୍ଷ ଇଙ୍ଗିତରେ ଅଭିଯୋଗ କରିଥିବା ନେଇ ଡିସିପି ହାଇକୋର୍ଟଙ୍କୁ ଅବଗତ କରାଇଥିଲେ । ସୂଚନା ଯୋଗ୍ୟ ଯେ, ଚାକିରି କରାଇଦେବା ପାଇଁ ବର୍ଷା ଟଙ୍କା ଠକିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।
ସେହିପରି ଚନ୍ଦ୍ରଶେଖରପୁର ଥାନାରେ ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଥିଲା । ଏହି ମାମଲାର ସତ୍ୟତା ଯାଞ୍ଚ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ଗତ ଜାନୁୟାରୀ ୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କୁ ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଗତ ଜୁଲାଇ ମାସରେ ଅଭିଯୋଗ କରିିଥିଲେ । ଏହିଅଭିଯୋଗ ଥାନାରେ ପଞ୍ଜିକରଣନହେବାରୁ ଅଭିଯୋଗକାରିଣୀ ଡିସିପିଙ୍କୁ ରେଜିଷ୍ଟ୍ରି ପୋଷ୍ଟ ଯୋଗେ ଅଭିଯୋଗ ପଠାଇଥିଲେ । ହେଲେ ତା’ ପରେ ବି କୌଣସି ପଦକ୍ଷେପ ନିଆ ଯାଇନଥିଲା । ଏହାପରେ ଅଭିଯୋଗକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।