କୃଷି ଓଡିଶା -୨୦୨୩ ରେ ଗଞ୍ଜାମର ମାଛ ଚାଷୀ ସମ୍ମାନିତ…

ବ୍ରହ୍ମପୁର : ଓଡିଶା ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଏବଂ ମସ୍ତ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଗତ 16 ରୁ 18 ପଯ୍ୟନ୍ତ ତିନି ଦିନିଆ ବିଶାଳ ବାର୍ଷିକ କୃଷି ମହୋତ୍ସବ ” କୃଷି ଓଡିଶା -୨୦୨୩” ଅନୁଷ୍ଠିତ ହୋଇଯାଇଛି l ଫାର୍ମ ଯାନ୍ତ୍ରିକରଣ ଓ ଫସଲ ବିବିଧତା ଉପରେ ଗୁରୁତ୍ୱ ଆରୋପ କରି ନୂଆ ନୂଆ ଜ୍ଞାନ କୌଶଳ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ l କୃଷି ଓ କୃଷକମାନଙ୍କ ଉନ୍ନତି ‘ମୋ ସରକାର ” ସବୁଠାରୁ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ l କୃଷି କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି ବୋଲି ସେ କହିଥିଲେ l ମାଛ ଚାଷ, ପଶୁପାଳନ, କୁକୁଡ଼ା ଚାଷ ପରି କୃଷି ଆନୁଷଙ୍ଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଇ କୃଷକମାନଙ୍କ ଆୟବୃଦ୍ଧି ଉପରେ ବିଶେଷ ଯତ୍ନ ନିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମର ଉଦଯାପନୀ ଅବସରରେ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇ କୃଷିର ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ହାସଲ କରିଥିବା ଚାଷୀ ମାନଙ୍କୁ ସମ୍ମାନିତ କରିଥିଲେ l ଏହି ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମାଛ ଚାଷୀ ନଳିନୀକାନ୍ତ ନାୟକଙ୍କୁ ଶ୍ରେଷ୍ଠ ମାଛ ଚାଷୀ ଭାବରେ ମାନପତ୍ର, ଉପଢ଼ୋକନ, ଫଳକ ଏବଂ ଅର୍ଥ ରାଶି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l ନିଜର ଉଦ୍ୟମ, ପ୍ରଚେଷ୍ଟା, ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ବଳରେ ଅସମ୍ଭବ କୁ ସମ୍ଭବ କରିଥିବା ନଳିନୀ କହିଛନ୍ତି l ଉନ୍ନତ ପଦ୍ଧତିରେ ମାଛ ଚାଷ କରି ଅର୍ଥ ଉପାର୍ଜନରେ ସେ ଆଜି ସମ୍ପୂର୍ଣ ସ୍ୱାବଲମ୍ବୀ ହେବା ସହ ଅନ୍ୟ କେତକ ପରିବାର ପାଇଁ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିପାରିଛନ୍ତି l ଅଂଚଳର ଚାଷୀ, ଯୁବକମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ l

nis-ad
Leave A Reply

Your email address will not be published.