ଡ୍ରାଇଭର ମହାସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ଡ୍ରାଇଭର ମହାସଂଘର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଛି l ପଞ୍ଚାୟତ ଡ୍ରାଇଭର ମହାସଂଘ ସଭାପତି ରାଜ କୁମାର ଦୀଗାଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ପଞ୍ଚାୟତ ର ୨୦ ରୁ ଅଧିକ ଡ୍ରାଇଭର ଭାଇ ମାନେ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ରବୀନ୍ଦ୍ର କୁମାର ବେହେରା , ଯୋଗ ଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ବୈଠକ ରେ ସରକାରଙ୍କୁ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ପ୍ରଦାନ କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଡ୍ରାଇଭର ମାନେ ବିଭିନ୍ନ ସମସ୍ୟାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ଯାହାକୁ ନେଇ ସଂଘରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା l ଅନ୍ୟପଟେ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଚକା ବନ୍ଦ୍ ଓ ଷ୍ଟେ ରିଙ୍ଗ ଛାଡ ଆନ୍ଦୋଳନ କରିବା କୁ ନିଷ୍ପତି ଗ୍ରହଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉମା କାନ୍ତ ହଂସ , ଅଜିତ ଦିଗାଲ୍, ସଂସାର କୁମାର ନାୟକ,ଚନ୍ଦନ ବେହେରା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.