ପପୁ ପମ୍ପପମ୍ପଙ୍କ ମଞ୍ଚ ଉପରକୁ ପଥର ମାଡ଼, ଅଧାରୁ ଷ୍ଟେଜ୍ ଛାଡ଼ି ପଳାଇଲେ ପପୁ

ଚିକିଟି : ଓଡିଆ ହାସ୍ୟଅଭିନେତା ପପୁ ପମପମଙ୍କ ମଞ୍ଚ ଉପରକୁ ପଥର ମାଡ ହୋଇଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଗତକାଲି ରାତିରେ ଜାଗର ଯାତ୍ରା ଅବସରରେ ଆୟୋଜିତ ସାସ୍କୃତିକ କାଯ୍ୟକ୍ରମକୁ ପପୁ ଅତିଥୀ ହୋଇଆସିଥିଲେ । କିନ୍ତୁ ଏହି ସମୟରେ ପପୁଙ୍କ ଉପରକୁ ପଥରମାଡ ହୋଇଥିଲା । ତେବେ ପଥର ଟି ସୌଭାଗ୍ୟବସତଃ ପପୁଙ୍କ ଦେହରେ ବାଜିନାହିଁ । ପଥରଟି ପପୁଙ୍କ କାନ୍ଧ ଠାରୁ କିଛି ଇଂଚ ଦୂରରେ ଯାଇ ଡିଜିଟାଲ ବୋର୍ଡରେ ବାଜିବାରୁ ତାହା ଭାଙ୍ଗି ଯାଇଥିଲା ।

ଆଉ ଏକ ପଥର ମଞ୍ଚ ଉପରେ ଅନ୍ୟ ଏକ ଯୁବକଙ୍କ ଦେହରେ ବାଜିଥିଲା । ଯେଉଁଥିପାଇଁ ସୁରକ୍ଷା ଦଷ୍ଟିରୁ ପପୁଙ୍କୁ କାଯ୍ୟକ୍ରମ ଅଧାରୁ ଛାଡିବାକୁ ପଡିଥିଲା । ତେବେ କେଉଁ କାରଣରୁ ପପୁଙ୍କୁ ପଥର ମାଡ ହୋଇଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିପରି ସ୍ଥାନୀୟ ଥାନାରେ ମଧ୍ୟ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣାପଜିଛି ।

nis-ad
Leave A Reply

Your email address will not be published.