ଫିରିଙ୍ଗିଆର ବିଭିନ୍ନ ଶୈବପୀଠରେ ଜାଗରଯାତ୍ରା

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଶୈବ ପୀଠ ମାନଙ୍କରେ ଧୁମ୍ ଧାମରେ ପାଳିତ ହେଉଛି ଜାଗର ଯାତ୍ରା । ଫିରିଙ୍ଗିଆ ବ୍ଲକ ପୁରାତନ ଶୈବପୀଠ ରତଙ୍ଗ, ଫିରିଙ୍ଗିଆ ଶିବ ମନ୍ଦିର,ନୂଆପଦର ଶୈବପୀଠ, ଫିରିଙ୍ଗିଆ ବ୍ଲକ ର ବିଭିନ୍ନ ଶୈବପୀଠ ଓ ଗାଁ ଗାଁ ରେ ଜାଗର ଯାତ୍ରା ହୋଇ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଭଳି ନୂଆପଦର ପଞ୍ଚାୟତ କାଳିପାଙ୍ଗା ଗୁପ୍ତେଶ୍ୱର ଶିବ ମନ୍ଦିର ଠାରେ ମହାଶିବରାତ୍ରି ପାଳନ କରାଯାଇଛି । ଦିର୍ଘ ଦୁଇ ବର୍ଷ ବିନା କରୋନା କଟକଣା ରେ ଦର୍ଶନ ଦେଉଛନ୍ତି ଦେବ ଦେବ ମହାଦେବ ଗୁପ୍ତେଶ୍ୱର କାଳିପାଙ୍ଗା ପୀଠରେ ମଧ୍ୟ ଜାରି ରହିଛି ଜାଗର ପୂଜା ଭୋଳା ବାବା ଙ୍କୁ ଆଜି ବିଭିନ୍ନ ବେଶରେ ସଜାଯାଇଛନ୍ତି ପୂଜକ । କାଳିପାଙ୍ଗା ଗୁପ୍ତେଶ୍ୱର ମନ୍ଦିର ଠାରେ ଦର୍ଶନ ପାଇଁ ଭକ୍ତମାନେ କୋଣ ଅନୁକୋଣରୁ ଭକ୍ତ ଙ୍କ ମନସ୍କାମନା ପୂରଣ ପାଇଁ ପୀଠରେ ଭକ୍ତ ସୁଅ । ସକାଳ ଠାରୁ ଆଜି ସନ୍ଧ୍ୟା ୭ ସମୟରେ ଭକ୍ତମାନେ ଦୀପ ଜାଳି ଦେଖିବାକୁ ମିଳିଛି । ମନ୍ଦିର ମାନଙ୍କରେ କାଳିପାଙ୍ଗା ପୀଠରେ ମହା ଶିବରାତ୍ରି ଜାଗର ମେଳା ଅନୁଷ୍ଠିତ । ଅନ୍ୟ ପଟେ ଫିରିଙ୍ଗିଆ ପୋଲିସ ତରଫରୁ ବିଭିନ୍ନ ମନ୍ଦିର ଓ ରାସ୍ତା ମାନଙ୍କରେ ରହି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଭିଡ଼ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ବିଭିନ୍ନ ମନ୍ଦିରରେ ବିଭିନ୍ନ ପ୍ରକାର ମନ୍ଦିର କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାମ ସଙ୍କୀର୍ତ୍ତନ ଧୁମ୍ ଧାମରେ ପାଳନ କରିବା ସହ ଭକ୍ତ ଙ୍କୁ ଆକୃଷ୍ଟ କରିବା ନିମନ୍ତେ ରଙ୍ଗା ରଙ୍ଗ ତୋରଣ ରେ ସଜେଇବା ସହ ବିଭିନ୍ନ କାର୍ଯ୍ୟକ୍ରମ ଦେଖି ବାକୁ ମିଳିଛି ।

nis-ad
Leave A Reply

Your email address will not be published.