ଫୁଲବାଣୀସ୍ଥିତ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସହର ଆଖ ପାଖରେ ଥିବା ବିଭିନ୍ନ ଶୈବ ପୀଠରେ ବାବା ଭୋଳାନାଥଙ୍କ ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି l ଫୁଲବାଣୀ ସହରରେ ପ୍ରାୟ ଦଶରୁ ଉର୍ଦ୍ଧ ଶିବ ମନ୍ଦିର ଥିବା ବେଳେ ସବୁ ମନ୍ଦିର ମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ସେହିପରି ସନ୍ଧ୍ୟାରେ ମଧ୍ଯ ସମସ୍ତ ଶିବ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ମାନେ ଦୀପ ବସାଇ ନିଜ ନିଜର ମନସ୍କାମନା ପୂର୍ଣ୍ଣ ପାଇଁ ଜାଗର ପାଳିଥିଲେ l ଅଧିକାଂଶ ଶୈବ ପୀଠରେ ନାମ ସଙ୍କୀର୍ତ୍ତନ ଚାଲିଥିବା ବେଳେ କତେକ ମନ୍ଦିର ପରିସରରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ଯ ଜାଗର ବସିଥିବାର ଦେଖିବାକୁ ମିଳିଥିଲା l ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମିତ୍ତ ସବୁ ଶୈବ ପୀଠରେ ପୋଲିସ ମୁତୟନ କରାଯାଇଥିଲା l

nis-ad
Leave A Reply

Your email address will not be published.