ପି.ସି.ଏଣ୍ଡ ପି.ଏନ୍.ଡି.ଟିର ଜିଲ୍ଲାସ୍ତରୀୟ ପରାମର୍ଶଦାତା ଓ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼ : ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍ ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁ ର ଲିଙ୍ଗ ନିରୂପଣ ନିଷେଧ ଆଇନ୍ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପରାମର୍ଶଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ରେ ଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସ୍ଥିତି ଓ କାର୍ଯ୍ୟକାରିତା, ପଞ୍ଜୀକରଣ ତଥା ନବୀକରଣ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା | ଏହି ସହିତ ଶିଶୁ ଭ୍ରୂଣ ହତ୍ୟା ନିଷେଧ ଆଇନ୍ ଏବଂ କନ୍ୟା ସନ୍ତାନ ସୁରକ୍ଷା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ଵାରା ହାତ କୁ ନିଆଯାଇଥିବା ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋକପାତ କରାଯାଇଥିଲା |
ସେହିପରି ବେଆଇନ ଭାବେ ଲିଙ୍ଗ ନିରୂପଣ ହେଉଥିବାର ସୂଚନା ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯିବା ର ବ୍ୟବସ୍ଥା ରହିଥିବା ଏବଂ ସୂଚନା ଦେଇଥିବା ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କର ନାମ ଓ ତଥ୍ୟ ମଧ୍ୟ ଗୋପନ ରଖାଯିବ ଏବଂ ତାଙ୍କୁ କୌଣସି ଆଇନଗତ ମାମଲା ର ସମ୍ମୁଖିନ ମଧ୍ୟ ହବାକୁ ପଡ଼ିବ ନାହିଁ ବୋଲି ବୈଠକରେ ବୈଠକରେ ସୂଚନା ଦିଆଯାଇଥିଲା | ବୈଠକରେ
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ସରୋଜ କୁମାର ମିଶ୍ର,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଶକ୍ତି ପ୍ରକାଶ ପାଢ଼ୀ ,ଡା ଅମର କୁମାର ଦାସ, ଡା ମନୋଜ ଆଚାର୍ଯ୍ୟ , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁରେନ୍ଦ୍ର ମାଝୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ପବ୍ଲିକ୍ ପ୍ରୋସିକ୍ୟୁଟର ଶ୍ରୀ ଅବଦୁଲ ଏସ ଅକ୍ତର, ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ,ଶ୍ରୀ ଶଙ୍କର ଆଚାର୍ଯ୍ୟ, ସମାଜସେବୀ ସଂଜୁ ପଟେଲ ଏବଂ ଉପ ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

nis-ad
Leave A Reply

Your email address will not be published.