ଅଗ୍ନି ନିୟନ୍ତ୍ରଣ ଓ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ପଞ୍ଚାୟତ ଅନ୍ତର୍ଭୁକ୍ତ ସେଣ୍ଟ୍ରାଲ ନର୍ସରୀ ଠାରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଙ୍କ ଅଧକ୍ଷତାରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର, ଅଗ୍ନିଶମ ସ୍କୁଆଡ଼, ଶାଖା ପରିଚାଳକ,ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସମସ୍ତ ସରପଞ୍ଚ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା,ବନପାଳ,ବନରଖି ଓ ବନ ସଂରକ୍ଷଣ ସମିତି ର ସଭାପତି ଏବଂ ସମସ୍ତ ସଦସ୍ୟ ମାନଙ୍କୁ ନେଇ ଚଳିତ ବର୍ଷ ପାଇଁ ଜଙ୍ଗଲରେ ଅଗ୍ନି ନିୟନ୍ତ୍ରଣ ଓ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ କିଭଳି ଭାବରେ ଚିତ୍ରକୋଣ୍ଡା ବ୍ଲକ ତଥା ବନାଞ୍ଚଳ ଅଧୀନ ଅଞ୍ଚଳରେ ଜଙ୍ଗଲ ମାନଙ୍କରେ ନିଆଁ ନଲାଗିବ ସେଥିପ୍ରତି ସଜାଗ ରହିବା ତଥା ନିଆଁକୁ ରୋକାଯାଇ ନିୟନ୍ତ୍ରଣ କରାଯାଇ ଆୟତ୍ତ କରିବା ଓ ନିରାକରଣ କରାଯିବା ସେଥିପାଇଁ ସଚେତନ କରାଯାଇଥିଲା l ଉକ୍ତ ଅଗ୍ନି ଲଗାକୁ ମୂଳରୁ ରୋକିବାକୁ ଉପସ୍ଥିତ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ l ସେହିଭଳି ଭାବରେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନରେ କାର୍ଯ୍ୟରତ ଥିବା ବିଭିର୍ନ ବନ ସଂରକ୍ଷଣ ସମିତି ମାନଙ୍କରେ ଜଙ୍ଗଲରେ ଅଗ୍ନି ନିୟନ୍ତ୍ରଣ ଓ ନିରାକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଶପଥ ଗ୍ରହଣ କରାଯାଉଅଛି l ଉକ୍ତ ସଚେତନତା କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠି ପରିଚାଳନା କରିଥିଲେ l ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନ ସମସ୍ତ ବନ ସଂରକ୍ଷଣ ସମିତି ମାନଙ୍କରେ ଅଗ୍ନି ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ ଜାରି ରହିବ l ଚିତ୍ରକୋଣ୍ଡା ବନାଞ୍ଚଳ ଅଧୀନ ସମସ୍ତ ବନା ଗ୍ନୀ ରେ ବିଭଳି ନିଆଁ କୁ ରୋକଯାଇ ପାରିବ ସମସ୍ତ ବିଭାଗ ସହଯୋଗ କରିବାକୁ ଆଲୋଚନା ହୋଇଥିଲା l

nis-ad
Leave A Reply

Your email address will not be published.