ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ନାକମାମୁଡି ପଞ୍ଚାୟତ ଠାରେ ସିସିଏକ୍ସ ସହାୟତରେ ଚିତ୍ରକୋଣ୍ଡା ରେ କାର୍ଯ୍ୟରତ ମୋଡ଼ ଅନୁଷ୍ଠାନ ସହଯୋଗରେ ମୋଡ଼ ଅନୁଷ୍ଠାନ ର ସମ୍ପାଦକ ଉମି ଜୟପାଲ ଏବଂ ଜେଏସଏସ ସମ୍ପାଦକ ଚୈତନ୍ୟ ଓଝା ଙ୍କ ଆହ୍ୱାନ କ୍ରମେ ସିସିଏକ୍ସ ର ସିନିଅର ମ୍ୟାନେଜର ଅପୂର୍ଵ ଦାଶ ଙ୍କ ନେତୃତ୍ୱରେ କୋରୁକୋଣ୍ଡା ବିଡ଼ିଓ ବେଦଭ୍ୟାସ ଭୋଇ,ବ୍ଲକ ଅଧକ୍ଷ ଜିତୁ ବିରୁଡି,ଜିଲା ପରିଷଦ ସଭ୍ୟ ମଙ୍ଗୁ ଖିଲ,ନାକମାମୁଡି ପଞ୍ଚାୟତ ର ସରପଞ୍ଚ ଲଷ୍ମୀ ମୁଦୁଲି,ସମିତି ସଭ୍ୟ,ବନପାଳ ମୋହନ ଗୁଡ଼ିଆ,ୱାର୍ଡ଼ ମେମ୍ବର ଓ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କ ଉପସ୍ଥିତିରେ ନାକମାମୁଡି ପଞ୍ଚାୟତ ର ମହିଳା ମାନଙ୍କୁ ଉର୍ନତ ମାନର ଚୁଲା ବଣ୍ଟନ କରାଯାଇଅଛି l ମହିଳା ମାନେ ରୋଷେଇ ରେ ଗ୍ୟାସ, ବିଦୂତ ଉପରେ ଭରଷା କରି ଅଧିକ ଖର୍ଚ୍ଚାନ୍ତ ହେଉଥିଲେ l କାଠ ଦ୍ଵାରା ରୋଷେଇ କରିବା ଦ୍ଵାରା ଜଙ୍ଗଲ କାଠ କୁ ଜାଳେଣି ଭାବରେ ବ୍ୟବହାର କରିବା ଦ୍ଵାରା ଧିରେ ଧିରେ ଜଙ୍ଗଲ ମଧ୍ୟ ନଷ୍ଟ ହେଉଥିଲା l ଉକ୍ତ ଉନ୍ନତ ମାନର ଚୁଲା ବ୍ୟବହାର ଦ୍ଵାରା କମ ଖର୍ଚ୍ଚ,କମ କାଠ ଖର୍ଚ୍ଚ ଏବଂ କମ କରିମାଣ ଜାଳେଣି କାଠ ରେ ସମସ୍ତ ଖାଦ୍ୟ ପଦାର୍ଥ ତିଆରି କରିହେବ l କମ ଧୂଆଁ ରେ ପରିବେଶ ମଧ୍ୟ ଦୂଷିତ ହେବ ନାହିଁ l ଏଭଳି ଉଦୀୟମାନ ଉନ୍ନତ ମାନର ଚୁଲା ବ୍ୟବହାର କରି ମହିଳା ମାନେ କମ ସମୟରେ କମ ଖର୍ଚ୍ଚ ରେ ଉପକୃତ ହେବେ ବୋଲି ଆଶା କରାଯାଉଛି l ଆଗାମୀ ଦିନରେ ବିଭିନ୍ନ ବ୍ଲକ ବିଭିନ୍ନ ପଞ୍ଚାୟତ ଏଇଭଳି ଉନ୍ନତ ମାନର ଚୁଲା ପ୍ରଦାନ କରାଯିବ ବୋଲି ମୋଡ଼ ର ସମ୍ପାଦକ ଉମି ଜୟ ପାଲ ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.