ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ତା ୧୧ , ୦୨ , ୨୦୨୩ ରିଖ ମାଲକାନଗିରି ଜିଲ୍ଲା ଆଈନ ସେବା ପ୍ରାଧିକରଣ , ତାଲୁକ ଆଈନ ସେବା ପ୍ରାଧିକରଣ ମୋଟୁ ଏବଂ JMFC , ମାଥ୍‌ଲି , ଓ JMFC , କୁଡୁମୁଳୁ ଗୁମ୍ମା ଦ୍ବାରା ପ୍ରଥମ ରାଷ୍ଟ୍ରୀୟ ଅଦାଲତ ମାଲକାନଗିରି ର ସମସ୍ତ ବିଚାରଳୟ ତଥା ମାଥୁଲି , ମୋଟୁ , କୁଡୁମୁଳୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଉଦୟ ଭାନୁ ଜେନା , ବରିଷ୍ଠ ଦେବନି ବିଚାରପତି ବିଜୟ କୁମାର ଦାସ , ଜିଲ୍ଲା ଆଈନ ସେବା ପ୍ରାଧ୍ଵକରଣ ସଚିବ ତଥା ବରିଷ୍ଠ ଦେବନି ବିଚାରପତି ଶ୍ରୀ ରାକେଶ କୁମାର ମୁଦୁଲି , ଉପଖଣ୍ଡ ଦଣ୍ଡାଧିକାରି ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ନାୟକ ରେଜିସ୍ଟାର ସିଭିଲ କୋର୍ଟ ଅରୂପ ନାୟକ , କୋରୁକୋଣ୍ଡା ଠାରେ ଗ୍ରାମ ନ୍ୟାୟଧିକାରୀ ଦେବେନ୍ଦ୍ରନାଥ ବାଘ , ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି , ମାଥୁଲି ଶ୍ରୀଯୁକ୍ତ ସନ୍ତୋଷ କୁମାର ବାରିକ , ପ୍ରଥମ ଶ୍ରେଣୀ ଦଣ୍ଡାଧ୍ୱକରି , ମୋଟୁ ପ୍ରବୀଣ କୁମାର ହୋତା ଓ ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି , କୁଡୁମୁଳୁ ଗୁମ୍ମା ଶ୍ରୀଯୁକ୍ତ ସୁମନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମା ର ଫଇସଲା କରିଥିଲ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ମୋଟ ୩୯୪୯ ଗୋଟି ଫୌଜଦାରୀ , ଦେବାନୀ ଏବଂ ଅନ୍ୟାନ ମକଦ୍ଦମର ଫଇସଲା କରାଯାଇ ୨୯ , ୪୯ , ୩୦୫ / – ଟଙ୍କା ଧାର୍ଯ୍ୟ କରଯାଇଥିଲା , ଉକ୍ତ ଲୋକ ଅଦାଲତ ରେ ମାଲକାନଗିରି ଜିଲ୍ଲା ର ବିଭିନ୍ନ ବ୍ୟାଙ୍କ ଭାଗ ନେଇ ମୋଟ ୧୫ ଗୋଟି ବ୍ୟାଙ୍କ ରୁଣ ମାମଲାର ପ୍ରାକ ମୋକଦ୍ଦମା ସ୍ତରରେ ସମାଧାନ କରାଯାଇ ୯ , ୬୬ , ୪୯୮ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତ ରେ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ , ସବ ଜଜ କୋର୍ଟ , ଏସଡ଼ିଜେଏମ କୋର୍ଟ , ମୋଟୁ ଜେଏମଏଫସି କୋର୍ଟ , ମାଥୁଲି ଜେଏମଏଫସି କୋର୍ଟ , କୁଡୁମୁଲୁଗୁମ୍ମା ଜେଏମଏଫସି କୋର୍ଟ , କୋରୁକୋଣ୍ଡା ଗ୍ରାମ ନ୍ୟାଧିକାରୀ ଓ ଜିଲ୍ଲା ଆଈନ ସେବା ପ୍ରାଧ୍ଵକରଣ , ମାଲକାନଗିରି ଓ ତାଲୁକ ଆଈନ ସେବା ସମିତି , ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.