ବାଲି ମାଫିଆଙ୍କ କବଳରେ ଗଞ୍ଜାମ ଜିଲ୍ଲା : ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା…

ବେଧଡକ ଚାଲିଛି ବାଲି ଚୋରା ଚାଲାଣ…

ଛତ୍ରପୁର : ସରକାରଙ୍କ ରାଜସ୍ବ ଠକିବା ବାଲି ମାଫିଆଙ୍କ ଏବେ  ବଡ ଧରଣର ଅର୍ଥ ଉପାର୍ଜନ ର ପନ୍ଥା ପାଲଟି ଯାଇଛି । ସେହି ଭଳି ଗଞ୍ଜାମ ଜିଲ୍ଲା ରେ ସମସ୍ତ  ତହସିଲ ଅଧୀନ ରେ ଯାଉଥିବା ସମସ୍ତ ନଦୀ ରେ ବାଲି ମାଫିଆ ଙ୍କ ଗୁଣ୍ଡାରଜ୍ ଚାଲିଥିବା  ଦେଖିବାକୁ ମିଳୁଛି । ଏହାକୁ ନେଇ ସବୁ ଜାଣି  ସ୍ଥାନୀୟ ରାଜସ୍ବ ପଦାଧିକାରୀ ଚୁପ୍ ହୋଇ ବସିଛନ୍ତି  । “ଏଠାରେ ଲୋକେ ପାଉନାହାନ୍ତି ବାଲି , କିନ୍ତୁ ନଦୀରୁ ବଲି ହଉଛି ଖାଲି” । ତାହା ପୁଣି ବଡ଼ ବଡ଼ ଜେ ସି ବି  ଏବଂ ହିଟାଚି ଭଳି ମେସିନ ଜରିଆରେ ବାଲି କୁ  କରାଯାଉଛି ଲୋଡ଼ିଂ ଯାହା ଦ୍ଵାରା ସ୍ଥାନୀୟ ଶ୍ରମିକ କାମ ପାଇନାହାନ୍ତି , ବାଧ୍ୟ ହେଉଛନ୍ତି ଦାଦନ ଖଟିବାକୁ । ଯାହା ଗଞ୍ଜାମ ଜିଲ୍ଲା ଦାଦନ ଶ୍ରମିକ ର ସଂଖ୍ୟା ରେ ରାଜ୍ୟ ର ପ୍ରଥମ ବୋଲି କୁହାଯାଉଛି । ଏହା ପୁଣି ସବୁଠାରୁ ବଡ଼ କଥା ଓଡ଼ିଶା ର ମୁଖ୍ୟ ,ତଥା ମୁଖ୍ୟମନ୍ତ୍ରୀ ଙ୍କ  ଜିଲ୍ଲା କୁହାଯାଉଥିବା ବେଳେ ଏଠାକାର ଦାଦନ ଶ୍ରମିକ ରାଜ୍ୟ ର ପ୍ରଥମ ସ୍ଥାନ ଅଧିକାର କରିଥିବା ନେଇ ସରା ରାଜ୍ୟ ରେ ଚର୍ଚ୍ଚା । ସେହି ଭଳି ଆମେ କିଛି ଦିନ ପୂର୍ବରୁ ଦେଖିବାକୁ ପାଇଥିଲେ ନଦୀ ବନ୍ଧ ଦୁର୍ବଳ ହୋଇଥିବା ସାମ୍ନା ରେ ରଖି ବାଲି ଉଠାଣ ସରକାର ଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ କରାଯାଇଥିବା ବେଳେ, ବାଲି ମାଫିଆ ଏବଂ ସ୍ଥାନୀୟ ତାସିଲଦର୍ ଙ୍କ ମଧୁଚନ୍ଦ୍ରିକା ରେ ଚୋରା ବାଲି ଉଠାଣ ଚାଲୁଥିବା ଦେଖିବାକୁ ପାଇଥିଲେ  । ସେହିଭଳି  ପୂର୍ବରୁ ବାଲେଶ୍ଵର ଜିଲ୍ଲା ରେ ଚୋରା ମାଫିଆ ଙ୍କୁ ରୋକିବାକୁ ଯାଇ ସ୍ଥାନୀୟ ଶବ୍ କଲେକ୍ଟର  ସହ ରାଜସ୍ବ କର୍ମଚାରୀ  ମାଫିଆଙ୍କ ଠାରୁ ମରଣାନ୍ତକ ଆକ୍ରମଣ ର ଶିକାର ହୋଇ ମୃତୁ ମୁଖରୁ ନିଜ ବୁଦ୍ଧି ଖଟାଇ ଅଳ୍ପକେ ବର୍ତ୍ତି ଯାଇଥିବା କଥା  ଗଣମାଧ୍ୟମ ଜରିଆରେ ଦେଖିପାରୁ ଥିଲେ ।   କିନ୍ତୁ  ଖୋଦ୍ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ତଥା ଗଞ୍ଜାମ ରେ ବାଲି ମାଫିଆ ଙ୍କ ସହ ସମସ୍ତ ରାଜସ୍ବ ପଦାଧିକରିଙ୍କ ତଥା 

ତହସିଲଦାର ଙ୍କ ମଧୁଚନ୍ଦ୍ରିକ ଥିବା ନେଇ ସ୍ଥାନୀୟ ମହଲ ରେ ଚର୍ଚ୍ଚା ।ଏହା ପୁଣି  ଖୋଲମ୍ ଖୋଲା ଦିନ ଦୁଇପହର ରେ ନଦୀରୁ ବାଲି  ଚୋରା ଚାଲାଣ କରାଯାଉଛି ରଜସ୍ଵବିଭାଗ ସବୁ ଜାଣି ନିଦାବିଷ୍ଣୁ ପଲଟିଯାଇଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ମଧୁ ଚନ୍ଦ୍ରିକା ରେ ଯେଉଁ ମାନେ ସାମିଲ ହେଉନାହାନ୍ତି ସେମାନଙ୍କୁ ଅସାଧୁ ବ୍ୟବସାୟୀ ମାନେ ତହସିଲଦାର ଙ୍କୁ ଖବର ଦେଇ ଲକ୍ଷ ଲକ୍ଷ ଟଙ୍କା ଚାଲାଣ କଟାଉ ଛନ୍ତି ଏହା ଦ୍ବାରା ସ୍ଥାନୀୟ ଜନ ସାଧାରଣ ହନ୍ତ ସନ୍ତ ହଉଥିବା ସହ ଅଭିଯୋଗ କରିବାପାଇଁ ଭୟ କରୁଥିବା ଜଣାପଡୁଛି  । ସାମାନ୍ୟ ଘର ଖଣ୍ଡିଏ କରିବାପାଇଁ ବାଲି ପାଉନାହାନ୍ତି କିନ୍ତୁ ଅନ୍ୟରଜ୍ୟକୁ ଆମ ରାଜ୍ୟ ରୁ ବାଲି ଚାଲାଣ କରାଯାଉଛି । ଜଉଭଳି ଏଠାକାର ବାଲି ମାଫିଆ ଚଢ଼ାଦରରେ ବାଲି ବିକ୍ରି  ନିଜ ସ୍ୱପ୍ନର କୋଠା ପରେ କୋଠା ନିର୍ମାଣ କରି ମାଲା ମାଲ୍ ହଉଥିବା ବେଳେ ସାଧାରଣ ଜନତା ସରକାର ଙ୍କ ଦ୍ଵାରା ପାଇଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ତିଆରି କରିବା ପାଇଁ ସମର୍ଥ ହୋଇପାରୁ ନହାନ୍ତି । ଏଭଳି ଚୋରା ମାଫିଆଙ୍କ କବଳରୁ ଗଞ୍ଜାମ ଜିଲ୍ଲା କେବେ ମୁକ୍ତି ପାଇବ ,ତାହାକୁନେଇ ଗରିବ , ନିରୀହ ଜନସାଧାରଣ  ଅପେକ୍ଷା ରେ ଥିବା ସାଧାରଣ ଲୋକଙ୍କ ମୁଖରୁ ଶୁଣିବାକୁ ମିଳୁଛି । ଏଠାରେ ଆଳୁ କିମ୍ବା ପିଆଜ ଦର ବଢିଲେ ସଙ୍ଗେ ସଙ୍ଗେ ଚଢ଼ାଉ ହେଉଛି ଏବଂ ନିର୍ଦ୍ଧିଷ୍ଟ ଦରରେ ବିକ୍ରି ପାଇଁ ତାଗିତ କରା ଯାଉଛି କିନ୍ତୁ ବାଲି ଦର ପ୍ରତି କାହାର ଵି ନଜର ନାହିଁ l କାରଣ ମୋଟା ଅଙ୍କର ପାଉଣା ସରକାରୀ ବାବୁ ମାନଙ୍କ ପାକେଟ କୁ ଯାଉଛି, ସ୍ଥାନୀୟ ତହସିଲଦାର ମାନେ ମୌଳିକ କାର୍ଯ୍ୟ ରୁ ଦୁରେଇ ଯାଇ ବାଲି ମାଫିଆଙ୍କ ଇଙ୍ଗାତ ରେ ଗରିବ ଓ ମଧ୍ୟବତୀ ଲୋକ ମାନେ ଆଣୁ ଥିବା ବାଲି ଗାଡି କୁ ଅଟକାଇ ଚାଲାଣ କଟାନ୍ତି, ମୁଖ୍ୟତଃ ପୁରୁଷୋତ୍ତମପୁର, ଛତ୍ରପୁର, ଗଞ୍ଜାମ, ଚିକିଟି, ଭଞ୍ଜନଗର ଆସ୍କା ଆଦି ଅଞ୍ଚଳ ରୁ ଦିନକୁ ସହ ସହ ଗାଡି ବାଲି ପଡୋଶୀ ଆନ୍ଦ୍ରପ୍ରଦେଶ କୁ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି କାରଣ ଓଡିଶା ବାଲି ଆନ୍ଦ୍ର ରେ ସୁନା ଦରରେ ବିକ୍ରି ହେଉଛି ପ୍ରଶାସନ ସବୁ ଜାଣି ଧୃତରାଷ୍ଟ ସାଜିଛି l ବାଲି ମାଫିଆ ମାନେ ପ୍ରଶାସନ କଳ କୁ ହାତ ବାରିଶି କରି କୋଟି କୋଟି ଟଙ୍କା ରାଜସ୍ବ କ୍ଷତି କରି ଚାଲିଛନ୍ତି ଏବଂ ଏହା ବଦଳ ରେ ସ୍ଥାନୀୟ ତହସିଲଦାର ଓ ପ୍ରଶାସନ କଳକୁ ଗାଡି ପିଛା କିମ୍ବା ମାସିକିଆ ବଟି ଦେଇ ନିଜ ବ୍ୟବସାୟ ସୁରୁ ଖୁରୁରେ ଚାଲେଇ ଥିବା ଦେଖିବାକୁ ମିଳୁଛି l ସୂଚନା ଥାଉକି ବାଲି ଚୋର ଚାଲାଣ କୁ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ୟେ ଵି ପ୍ରଶାସନ ଚୁପ, ବାଲି ଚୋରା ଚାଲାଣ କୁ ନେଇ ସ୍ଥାନୀୟ ତହସିଲଦାର କିମ୍ବା ଜିଲ୍ଲାପାଳ ଙ୍କୁ ଅଭିଯୋଗ କଲେ ବାଲି ମାଫିଆ ମାନଙ୍କ ଠାରୁ ମିଳୁଛି ଧମକ l ଜାଗ୍ରତ ଜନତା ଅଭିଯୋଗ କରିବେ କାହାକୁ ବୋଲି ପ୍ରଶ୍ନ ଉଠୁଛି, ତେଣୁ ରାଜ୍ୟ ସରକାର ଏବଂ ଦୁର୍ନୀତି ନିବାରଣ ବିଭାଗ ଯଦି ଏଥି ପ୍ରତି ଦୃଷ୍ଟି ଦେଲେ ମାଫିଆ ରାଜ ରୁ ମୁକ୍ତି ହେବା ସହିତ ସ୍ଥାନୀୟ ତହସିଲଦାର ଓ ସରକାରୀ ଅଧିକାରୀ ମାନଙ୍କ ସମ୍ପତି ଖୋଲ ତାଡ଼ କଲେ ଦୁର୍ନୀତି ଜଡ଼ କେତେ ପଦାରେ ପଡିବ ବୋଲି ବୁଦ୍ଧି ଜୀବି ତଥା ସାଧାରଣ ରେ ଦାବି ହେଉଛି

nis-ad
Leave A Reply

Your email address will not be published.