ଖଣି ଅଞ୍ଚଳରେ ଲୋକଙ୍କ ବିକାଶ ଲାଗି ଥିବା ଅର୍ଥର ବ୍ୟାପକ ଅପଚୟ….!

ସିଏସଆର ନାଁ ଠକୁଛନ୍ତି ବିଭିନ୍ନ କମ୍ପାନୀ ଓ ଡିଏମଏଫ ନାଁ ରେ ଅର୍ଥ ର ଅପଚୟ କରୁଛି ପ୍ରଶାସନ..!


ଭୁବେନଶ୍ବର : କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଖଣି ପାଇଁ ଉଭୟ ଖଣି ଓ ଖଣି ଭିତ୍ତିକକମ୍ପାନୀ ମାନେ ବିଭିନ୍ନ ଶିଳ୍ପାନୁଷ୍ଠାନ ନାଁ ରେ ସରକାରଙ୍କ ଠାରୁ ନାନାପ୍ରକାର ସୁବିଧା ସୁଯୋଗ ପାଉଛନ୍ତି | କମ୍ପାନୀର ଲାଭ ଉଦ୍ଦେଶ୍ୟ ରଖି ଦୀର୍ଘ ଦିନରୁ ଖଣି ଅଞ୍ଚବାସୀଙ୍କୁ ଠକୁଥିବା ଅଭିଯୋଗ ଆମ ନଜର‌କୁ ଆସିଲା ପରେ ଏବେ ଦୁଇଟା କମ୍ପାନୀ ନାଁରେ ଆମ ଖବର କାଗଜ ଓ ମିଡିଆ ହାଉସର ପରିଚାଳନା ସଂପାଦକ ଅନୁସନ୍ଧାନ କରିଥିଲେ | ଜଣା ପଡ଼ିଛି ଦୁଇଟି ବୃହତ କମ୍ପାନୀ ଟାଟା ଓ ଜିନ୍ଦଲର କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ଅବସ୍ଥିତ ଟାଟା କମ୍ପାନୀ ଓ ଜେଏସପିଲେ ସିଏସଆର ଅର୍ଥ ବ୍ୟାପକ ହେରଫେର ହୋଇଛି | ସିଏସ୍‌ଆର ବା କମ୍ପାନୀମାନଙ୍କ ସାମାଜିକ ଦାୟିତ୍ବ ନିର୍ବାହ କରିବା ଲାଗି ଥିବା ଅର୍ଥରେ ଲୋକଙ୍କ କଲ୍ୟାଣ, ବିକାଶ ଲାଗି କମ୍ପାନୀ କାର୍ଯ୍ୟ କରିବା କଥା | ମାତ୍ର ଏହା ହେଉନି | ଦୀର୍ଘ ଦିନରୁ ଯାହା ଆଇନଗତ ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ଭାବରେ ଖଣି ଅଞ୍ଚଳ ବାସୀ ଦାବି କରିବା ସହ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଡିଏମଏଫ ଅର୍ଥ ଖଣି ଅଞ୍ଚଳ ବିକାଶ ନାଁ ରେ ହରିଲୁଟ୍ ହେଉଥିବାର ଅନେକ ଅଭିଯୋଗ ଆସୁଅଛି |

ମୂଳ ଡିଏମଏଫ ଅର୍ଥ ସଦୁପଯୋଗ ପରିବର୍ତ୍ତେ ଜିଲା ପ୍ରଶାସନ ସଠିକ ଭାବେ ତାହାର ଖର୍ଚ୍ଚ ବଜେଟ ନକରି ବେପରୁଆ‌ ଭାବେ ଖର୍ଚ୍ଚ କରିବା ରେ ଦୁର୍ନୀତି ହେଉଥିବାର ଅଭିଯୋଗ ଆସିଛି | ଏହା ଲୋକାଲ ଅଡିଟ କରାଯାଉଛି, ଯାହା ସ୍ଵଛତା ରହୁନାହିଁ,ଏଥିରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ବାସ୍ନା ମିଳୁଥିବା ଅଭିଯୋଗ ଆସୁଛି।

ଲୋକଙ୍କ ନିମନ୍ତେ ରହିଥିବା ଅର୍ଥ କୁ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ବେପରୁଆ ଭାବେ ଖର୍ଚ୍ଚ କରିବା ରେ ଦୁର୍ନୀତି ପରିଲକ୍ଷିତ ହେଉଛି | ଏହାକୁ ନେଇ ପ୍ରଶାସନର ନୀବରତା ସନ୍ଦେହ ସୃଷ୍ଟି କରିଛି |

ଖଣି ଅଞ୍ଚଳବାସୀଙ୍କୁ ଉଭୟ ପ୍ରଶାସନ ଓ କମ୍ପାନୀମାନେ ବିଭିନ୍ନ ଆଳ ଦେଖାଇ ଠକୁଥିବା ଅଭିଯୋଗ ର ଉଚ୍ଚସ୍ତରୀୟ ତଦନ୍ତ ର ଆବଶ୍ୟକତା ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.