ଘଣ୍ଟାକରେ ୟୁକ୍ରେନ୍ ଉପରେ ରୁଷ୍‌ର ୧୭ ମିସାଇଲ୍ ମାଡ଼

କିଏଭ: ଶୁକ୍ରବାର ରୁଷ୍ ଏକ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ ୧୭ ମିସାଇଲ୍ ମାଡ଼ କରିଛି । ଏହି ଆକ୍ରମଣ ସକାଳ ୪ଟା ବେଳେ ୟୁକ୍ରେନ୍‌ର ଜପୋରିଜିୟା ଅଞ୍ଚଳରେ କରାଯାଇଛି । ଦ କିଏଭ୍ ଇଣ୍ଡିପେଣ୍ଡେଣ୍ଟ୍ ରିପୋର୍ଟ ଅନୁସାରେ ଯୁଦ୍ଧ ଆରମ୍ଭ ପରେ ଏକସଙ୍ଗେ ଏତେ ସଂଖ୍ୟକ ମିସାଇଲ୍ ମାଡ଼ କରାଯିବା ଏହା ପ୍ରଥମ ଘଟଣା । ରୁଷ୍ ଏହି ମିସାଇଲ୍ ଆକ୍ରମଣ ଜରିଆରେ ୟୁକ୍ରେନ୍‌ର ଶକ୍ତି କେନ୍ଦ୍ରକୁ ଟାର୍ଗେଟ୍ କରିଥିଲା ବୋଲି ଖାର୍କିଭ୍ ମେୟର୍ ଇଗୋର୍ ତେରଖୋଭ୍ କହିଛନ୍ତି । ୧୭ ମିସାଇଲ୍ ବ୍ୟତୀତ ରୁଷ୍ ଡ୍ରୋନ୍ ଏବଂ ରକେଟ୍ ଜରିଆରେ ମଧ୍ୟ ୟୁକ୍ରେନ୍‌ର ଭିନ୍ନ ଭିନ୍ନ ସହର ଉପରେ ଆକ୍ରମଣ କରିଛି ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ।

ୟୁକ୍ରେନ୍ ଏୟାର୍ ଡିଫେନ୍ସ ସିଷ୍ଟମ୍‌ରୁ ବର୍ତ୍ତିବା ପାଇଁ ରୁଷ୍ ଇରାନୀ ଡ୍ରୋନ୍‌, ସରଫେସ୍ ଟୁ ଏୟାର୍ ମିସାଇଲ୍ ଏବଂ କ୍ରୁଜ୍ ମିସାଇଲ୍‌ର କମ୍ବିନେସନ୍‌କୁ ଆକ୍ରମଣରେ ବ୍ୟବହାର କରିଛି ବୋଲି ୟୁକ୍ରେନ୍ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି । ତେବେ ଏହି ଆକ୍ରମଣରେ କେତେ କ୍ଷୟକ୍ଷତି ହୋଇଛି ବର୍ତ୍ତମାନ ସୁଦ୍ଧା ତାହା ଆକଳନ କରିବା କଷ୍ଟକର ହୋଇଛି । ତେବେ ଏହା କାରଣରୁ ବହୁ ଲୋକ ଥଣ୍ଡା ଋତିରେ ବିନା ବିଜୁଳି ଏବଂ ହିଟରରେ ରହିବାକୁ ବାଧ୍ୟ ହୋଇଛନ୍ତି ।

nis-ad
Leave A Reply

Your email address will not be published.