ସମସ୍ୟା ଘେରରେ “ମୋ ବସ୍” ସେବା, ଓଏସଡିଙ୍କୁ ଦାୟୀ କଲା କର୍ମଚାରୀ ସଂଘ…

ଭୁବେନଶ୍ବର : “ମୋ ବସ୍” ସେବାରେ ହଜାରେ ସମସ୍ୟା ରହିଛି | ତେବେ ଏହି ସମସ୍ୟାର ସମାଧାନ କରିବେ କଣ ଓଏସଡି ଏହାକୁ ଆହୁରି କ୍ଷତିଗ୍ରସ୍ତ କରିଚାଲିଛନ୍ତି | ଓଏସଡ଼ି ଆସିଛନ୍ତି କେଉଁ ରାସ୍ତାରେ ସରକାରୀ ଅର୍ଥ ହଡପ ହେବ ତାହାର ଦିଶା ନିର୍ଣ୍ଣୟ କରିବାକୁ | ଓଏସଆରଟିସି କ୍ଷତି ପାଇଁ ଦିପ୍ତି ମହାପାତ୍ର, ଓଏସଡି ସଂପୂର୍ଣ୍ଣ ଦାୟୀ ବୋଲି କର୍ମଚାରୀ ସଂଘ ର ଅଭିଯୋଗ କରିଛନ୍ତି ।
ଭୁବନେଶ୍ୱର ଥିବା ଓଏସଆରଟିସି ର ମୁଖ୍ୟ କାର୍ଯ୍ୟାଳୟ ସରକାରଙ୍କ ଦ୍ଵାରା ସାଧାରଣ ଓଏସଡି ଭାବେ ଜଣେ ମହିଳା ଓଏସ ଙ୍କ ଦ୍ଵାରା ନିଯୁକ୍ତି ପ୍ରଦାନ ଓଏସଆରଟିସି ର କ୍ଷତି ର ମୂଳ ଆଧାର ବୋଲି ଆଲୋଚନା ହେଉଛି | ରାଜ୍ୟ ସଡକ ପରିବହନ କର୍ମଚାରୀ ସଂଘ ର ଅଭିଯୋଗ କ୍ରମେ ଜଣାଯାଇଛି ଯେ ଓଏସଆରଟିସିକୁ ସତେ ଯେମିତି କ୍ଷତି କରିବା ପାଇଁ ଜଣେ ମହିଳା ଓଏଏସ ଅଧିକାରୀ କୃଟ ଅଧିନରେ ମୋ ବସ ର ସାଧାରଣ ପରିଚାଳିକା ଦାୟିତ୍ବ ରେ ଅଛନ୍ତି | ସେ ସେଠାରେ ଠିକ୍ ଭାବେ ଦାୟିତ୍ଵ ତୁଲାଇ ପାରୁନାହାନ୍ତି,ବୋଲି ସାଧାରଣରେ ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି | ଓଏସଆରଟିସି କୁ ଦୁର୍ବଳ କରିବା ପାଇଁ ଓଏସଆରଟିସି ର ୫ ଜଣ ଅସାଧୁ ଲାଞ୍ଚୁଆ କର୍ମଚାରୀ ଓ ଅଧିକାରୀ ଙ୍କ ସହ ମିଶି କୋଟି କୋଟି ଟଙ୍କାର ବେନିୟମ କାର୍ଯ୍ୟ କରିବାରେ ଓଏସଡି କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି | କେଉଁ କେଉଁ ଆଇଏଏସ୍ ଅଧିକାରୀ ଙ୍କ ଛତ୍ରଛାୟାରେ ରହି ୫ଟି ସଚିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବଦନାମ ପାଇଁ ଓଏସଡ଼ି କାର୍ଯ୍ୟ କରୁଛନ୍ତି ବା କେଉଁ ବିରୋଧୀ ଦଳ ର ସଦସ୍ୟ ମାନଙ୍କ ସାହାଯ୍ୟ ପାଇଁ ଅଛନ୍ତି ତାହାର ବଡ଼ ଧରଣର ଅନୁସନ୍ଧାନ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

nis-ad
Leave A Reply

Your email address will not be published.