ପୁଅ ସହ କଥା ହେବାରୁ ଝିଅକୁ ରାତିସାରା ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକ

ଭୁବନେଶ୍ୱର: ରାତିସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଲେ ପରିବାର ଲୋକେ । ଏପରି ଅମାନସିକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଜଗନ୍ନାଥ ଲେ୍ପର୍ଶି କଲୋନୀରେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଜଣେ ଯୁବକଙ୍କ ଶହ ନମିଶିବା ପାଇଁ ପରିବାର ଲୋକେ ଯୁବତୀଙ୍କୁ ବାରଣ କରିଥିଲେ । ହେଲେ ପରିବାର ଲୋକଙ୍କ କଥା ନମାନି ଯୁବକଙ୍କ ଶହ ମିଶିବାରୁ ପରିବାର ଲୋକେ ଏଭଳି ଘଟଣା ଘଟେଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଯୁବତୀଙ୍କ ହାଟରେ ଦେହରେ କ୍ଷତ ଚି଼ହ୍ନ ଦେଖିବାକୁ ମିଳିଛି ।ଡାକ୍ତରି ମାଇନା କରିବା ପରେ ୧୬୧ ଆଧାରରେ ବୟାନ ରେକର୍ଡ କରିବ ପୋଲିସ।

nis-ad
Leave A Reply

Your email address will not be published.