ପ୍ୟାଣ୍ଟାଲୁନ୍ସ ସୋ’ରୁମ୍‌କୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ନୋଟିସ୍‌ ଜାରି…

ବ୍ରହ୍ମପୁର : କମାପଲ୍ଲୀ ମୁଖ୍ୟ ରାସ୍ତା କଡ଼ରେ ଥିବା ପ୍ୟାଣ୍ଟାଲୁନ୍ସ ସୋ’ରୁମ୍‌କୁ ସୋମବାର ବ୍ରହ୍ମପୁର ମହାନଗର ନିଗମ ତରଫରୁ ନୋଟିସ୍‌ ଜାରି କରାଯାଇଛି। ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ, ଲୋୟର ବେସ୍‌ମେଣ୍ଟ ସହିତ ଅଣ୍ଡର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଳୋର୍‌ ଏବଂ ୩ ମହଲା କୋଠା ପାଇଁ ମହାନଗର ନିଗମ ତରଫରୁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ଏହି କୋଠା କାର୍ଯ୍ୟକ୍ଷମ ହୋଇସାରିଛି। ହେଲେ ମହାନଗର ନିଗମ ତରଫରୁ ଦଖଲ ପ୍ରମାଣପତ୍ର ନିଆଯାଇ ନାହିଁ। ଏପରିକି ଅଗ୍ନି ନିର୍ବାପକ ପ୍ରମାଣପତ୍ର ମଧ୍ୟ ଏହି କୋଠାର ନାହିଁ। ଉଭୟ ପ୍ରମାଣପତ୍ର ନଥାଇ ମଧ୍ୟ ପ୍ୟାଣ୍ଟାଲୁନ୍ସ ମଲ୍‌ ସେଠାରେ ଆରମ୍ଭ ହୋଇଗଲାଣି। ଯାହାକି ସରକାରୀ ନିୟମ କୁ ଖୋଲା ଖୋଲି ଭାବେ ଉଲଘଂନ କରାଯାଇଛି, ଏହା ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରୁଲ୍‌ସ-୨୦୨୦ର ଖୋଲାଖୋଲି ଉଲଂଘନ କରିଛି। ଏଣୁ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ-୧୯୮୨ ଅନୁଯାୟୀ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ଜବାବ ଦାଖଲ ପାଇଁ ମହାନଗର ନିଗମର ଆୟୁକ୍ତଙ୍କ ତରଫରୁ ଜାରି ​‌ଏହି ନୋଟିସ୍‌ରେ ଉଲ୍ଲେଖ ରହିଛି।

nis-ad
Leave A Reply

Your email address will not be published.