ଆବାସ ଯୋଜନା ତାଲିକାରେ ଅନିୟମିତତା ନେଇ ବ୍ଲକ ଘେରାଉ କଲା ବିଜେପି…

ଦାରିଙ୍ଗବାଡି,୪/୨: ଆବାସ ଯୋଜନାରେ ଯୋଗ୍ୟ ଲୋକ ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ ଲୋକ ରହିଥିବା ଯୋଗୁଁ ବିଜେପି ପକ୍ଷରୁ ଏହାକୁ ବିରୋଧ କରିବା ସହ ଯୋଗ୍ୟ ଲୋକଙ୍କୁ ଆବାସ ଯୋଜନା ତାଲିକାରେ ଯୋଗ କରିବା ପାଇଁ ଦାରିଙ୍ଗବାଡି ବ୍ଲକ ଘେରାଉ କରିଛି ବିଜେପି । ଏନେଇ ଦାରିଙ୍ଗବାଡି ବିଜେପି ମଣ୍ଡଳ ପକ୍ଷରୁ ଦାରିଙ୍ଗବାଡି ବ୍ଲକରେ ଦାବିପତ୍ର ପ୍ରଦାନ କରାଯାଇଛି। ରାଧାକୃଷ୍ଣ ମନ୍ଦିର ଠାରୁ ଏକ ରାଲିରେ ବାହାରି ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ବିକ୍ଷୋଭ କରିବା ସହ ବ୍ଲକ ଘେରାଉ କରିଥିଲେ । ଅଯୋଗ୍ୟ ହିତାଧୀକାରୀ ଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟଙ୍କୁ ତାଲିକାଭୁକ୍ତ କରିବା, ଯୋଗ୍ୟ ହିତାଧିକାରୀ ତାଲିକାରେ ଯୋଗ ନହେବା ପର୍ଯ୍ୟନ୍ତ ଆବାସ ଯୋଜନାକୁ ସ୍ତଗିତ ରଖିବା ଭଳି ଦାବୀ ରହିଥିଲା । ଦାବୀପତ୍ର ଦେବା ସମୟରେ ମଣ୍ଡଳ ସଭାପତି ସନ୍ତୋଷ ସାହୁ, ସାଧାରଣ ସମ୍ପାଦକ ମିଟୁ ସାହୁ,ଜିଲ୍ଲା ବିଜେପି ଓବିଶି ମୋର୍ଚ୍ଚା ସଭାପତି ହରେନ୍ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ, ରାମବିଶି ଦିଗାଲ, ରଞ୍ଜନ ସାହୁ ସମେତ ଏକାଧିକ କର୍ମୀ ସହ ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.