ଘରୋଇ ବିଦ୍ୟାଳୟ ବିସ୍ପୋରଣ ଘଟଣାର ତଦନ୍ତ ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଏବିଭିପି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଘରୋଇ ଶିକ୍ଷାନୁଷ୍ଟନ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ଘଟିଥିବା ବିସ୍ପୋରଣ ଘଟଣା ରେ ଆଜି ଏବିଭିପି ତରଫରୁ କନ୍ଧମାଳ ଜିଲ୍ଲାପାଳ ଆଶିଷ୍ ଇଶ୍ଵର ପାଟିଲଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି lବିସ୍ପୋରଣରେ ଗୁରୁତର ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜୋସ ନାୟକ ଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ,ବିସ୍ପୋରଣରେ ଠିକା ସଂସ୍ଥା ଆରକେଡିର ଅବହେଳା ଖବର ସାମ୍ନାକୁ ଆସୁଚି ତେଣୁ ସେହି ଠିକା ସଂସ୍ଥା ବିରୁଦ୍ଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଏହି ଘଟଣାରେ ସମ୍ପୃକ୍ତ ବିଦ୍ୟାଳୟର ଅବହେଳା ମଧ୍ୟ୍ୟ ରହିଛି ତେଣୁ ସେହି ବିଦ୍ୟାଳୟ ବିରୁଦ୍ଧରେ ମଧ୍ୟ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏବିଭିପି ଦାବୀ କରିଛି l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା, ରାଜ୍ୟ ସହ ସମ୍ପାଦିକା ସୁଶ୍ରୀ ସଞ୍ଜନା କହଁର, ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠି, ରାଜବୀର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭମଜ୍ୟୋତି ପ୍ରଧାନ, ମଧୁସୂଦନ ବେହେରା, ସୁଧୀର ମଲ୍ଲିକ, ରାହୁଲ ସାହୁ, ସୁନୀଲ କୁମାର ପ୍ରଧାନ ଆଦି ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.