କାନ୍ତି ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ମୁକ୍ତ ଭାରତ ନାମକ ଏକ ଜନସଚେତନତା କାଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର : କର୍କଟ ରୋଗ ଏବେ ମାନବ ସମାଜ ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଆଜି ବ୍ରହ୍ମପୁର କାନ୍ତି ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ ମୁକ୍ତ ଭାରତ ନାମକ ଏକ ଜନସଚେତନତା କାଯ୍ୟକ୍ରମ ଓ ଜନସଚେତନତା ରାଲି ଖଲ୍ଲିକୋଟ ପଡିଆ ରୁ ବାହାରି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଅନପୂଣ୍ଣ ମାର୍କେଟ ଗାନ୍ଧୀ ନଗର ଏବଂ ବ୍ରହ୍ମପୁର ବିଭିନ୍ନ ସ୍ଥାନ ରେ ରାଲି ମଧୀୟମରେ ସଚେତନତା ଜନସଚେତନତା କରିଛନ୍ତି  । ସଚେତନତା ଓ ସତର୍କତା ଦ୍ଵାରା ଏହି ରୋଗ ସହ ମାନବ ସମାଜ ଲଢେଇ କରିବାର ଆବଶ୍ୟକତା ରହିଛି ।ବର୍ତ୍ତମାନ କର୍କଟ ଚିକିତ୍ସା ନିମନ୍ତେ ନୂଆ ନୂଆ ପଦ୍ଧତି ସବୁ ବାହାରିଲାଣି । ଠିକଣା ସମୟରେ ଉପଚାର ଦ୍ବାରା ବହୁ ଲୋକ କର୍କଟ କବଳରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରୁଛନ୍ତି । ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଫେବୃୟାରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ଭାବେ ପାଳନ କରାଯାଇଥାଏ । କର୍କଟ ରୋଗର ଚିହ୍ନଟ , ଚିକିତ୍ସା ଏବଂ ନିରାକରଣ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ କରାଯାଉଥିବା କହିଛନ୍ତି କାନ୍ତି ଅନୁଷ୍ଠାନ ର ମୁଖ୍ୟ ଡ଼ଃ ଦେବାନନ୍ଦ ଦାସ । ସେ ମଧ୍ୟ ଏହି ରୋଗ ରେ ଦିର୍ଘ ୫ ବର୍ଷ ଧରି ଯେଉଁ କଷ୍ଟ ଅନୁଭବ କରୁଛି ତାହା ଅନ୍ୟ କେଁହି ବ୍ୟକ୍ତି ନ କରନ୍ତୁ । ତେଣୁ ଆଜିର ବିଶ୍ୱ କର୍କଟ ରୋଗ ରେ ଧୂମପାନ ,ଗୁଟୁଖା ,ନିଶାଦ୍ରବ୍ଯ ସେବନ ନ କରିବା ପାଇଁ ଶ୍ରୀ ଦାସ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ  ଧୂମପାନ ଓ ନିଶାଦ୍ରବ୍ୟ ସେବନ ଏଥିରୁ ଦୂରେଇ ରହିବା ଏବଂ ବିଶ୍ବବ୍ୟାପୀ ସଚେତନତା କରିବା ସହ ରାଲି ରେ ଯୋଗ ଦେଇଛନ୍ତି । ଚଳିତ ୨୦୨୨ସୁଦ୍ଧା କର୍କଟ ରୋଗ ଜନିତ ଅସୁସୁତା ଏବଂ ମୃତୁୟକୁ ସମ୍ପୂର୍ଣ୍ଣ ଭାବେ ଦୂରେଇବା ଲାଗି ବିଶ୍ବ କର୍କଟ ଦିବସ ପାଳନର ପ୍ରମୁଖ ଉଦେଶ୍ୟ ରହିଛି । ଚଳିତ ବର୍ଷ ବିଶ୍ବ କ୍ୟାନସର ଦିବସର ବାର୍ତ୍ତା ରହିଛି ” ଆଇ ଆମ୍ ଆଣ୍ଡ ଆଇ ଉଇଲ୍ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓ ବିଭିନ୍ନ ସେବା ସଙ୍ଗଠନ ଦ୍ବାରା ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ବ କ୍ୟାନସର ଦିବସ ଭାବେ ପାଳନ କରାଯାଏ ।  ଅନ୍ୟମାନଙ୍କ ମଧ୍ୟରେ କାନ୍ତି ଅନୁଷ୍ଠାନର ମୁଖ୍ୟ ଦେବାନନ୍ଦ ଦାସ , sp ସାବନ ବିବେକ ବିଧାୟକ ବିକ୍ରମ କୁମାର ପଣ୍ଡା , ମେୟର ସଙ୍ଗମିତ୍ରା ଦରେଇ , ସମାଜ ସେବି ସୁଶାନ୍ତ କୁମାର ସାବତ ଲୋକ ସେବକ ମଣ୍ଡଳ ର ରାଜେନ୍ଦ୍ର କୁମାର ଜେନା ,ଚାଇଲ ଲାଇନ୍ ର ନିର୍ଦ୍ଦେଶକ ସୁଧୀର ସାବତ ,ନିର୍ମଳା ଦାସ ମଞ୍ଚାସୀନ ଥିଲେ l

nis-ad
Leave A Reply

Your email address will not be published.