ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୫ ପାଟଣାସାହି ଲକ୍ଷ୍ମୀନୃସିଂହ ମନ୍ଦିର ନିକଟରେ ଶୁକ୍ରବାର ମୋ ୱାର୍ଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ୫ ନଂ ୱାର୍ଡର ସ୍ଥାନୀୟ ଲୋକଙ୍କୁ ନେଇ ୱାର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା ୱାର୍ଡର ସାମୂହିକ ବିକାଶ କାର୍ଯ୍ୟ ରାସ୍ତାଘାଟ, ନାଳନର୍ଦ୍ଦମା, ଆଲୋକୀକରଣ, ପାନୀୟ ଜଳ, ଜଳ ଯୋଗାଣ, ପରିମଳ ପରିଚାଳନା, ମଇଳା ନିଷ୍କାସନ, ଡଷ୍ଟବିନ୍ ବ୍ୟବହାର ସମେତ ୱାର୍ଡର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ହିଞ୍ଜିଳିକାଟୁ ସହରାଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ମୋ ୱାର୍ଡ ଅଭିଯାନ ଆରମ୍ଭ ହୋଇଛି ।ହିଞ୍ଜିଳିକାଟୁ ପୌରପରିଷଦ ର ଏକ୍ସପାର୍ଟ ସୁପରଭାଇଜର ସମିର ମହାନ୍ତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ଗୋଷ୍ଟି ସଂଗଠକ ସ୍ନେହଲତା ମିଶ୍ର ଯୋଗଦେଇ ଲୋକଙ୍କଠାରୁ ୱାର୍ଡର ସମସ୍ୟା ବୁଝିବା ସହ ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି । ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏହି ମୋ ୱାର୍ଡ ଅଭିଯାନର ମନିଟରିଂ କରୁଥିବା ଜଣାପଡ଼ିଛି । ମୋ ହିଞ୍ଜିଳିକାଟୁ ସ୍ବଛ ହିଞ୍ଜିଳିକାଟୁ ଅଭିଯାନ ଆରମ୍ଭ ହୋଇଛି।
ଏଥିରେ ୱାର୍ଡ଼ ଗୁଡିକ କିଭଳି ସ୍ବଛ ଓ ପରିଷ୍କାର ରହିଵ ସେ ନେଈ ଆଲୋଚନା କରିଥିଲେ। ନିଜ ୱାର୍ଡ଼ ସ୍ବଛତା ରଖିବାକୁ ୱାର୍ଡ଼ ବାସୀ ଙ୍କ ସହଭାଗିତା ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସାଧାରଣରେ ଆଲୋଚନା କରିଥିଲେ। ମୋଁ ୱାର୍ଡ଼ ସ୍ବଛ ହେଲେ ମୋ ସହର ସୁନ୍ଦର ହେବ ବୋଲି ପୌରପାଳିକା ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ସମସ୍ତେ ପୌରପାଳିକା ର ଅଳିଆ ପୃଥକିକରଣ ନିୟମ ମାନିବାକୁ ୱାର୍ଡ଼ ବାସୀଙ୍କୁ ଅନୁରୋଧ କରିଛନ୍ତି। କାର୍ଯ୍ୟ କ୍ରମକୁ ହିଞ୍ଜିଳିକାଟୁ ପୌରପରିଷଦ ର ସ୍ଵଛ ସାଥୀ ସଂଯୁକ୍ତା ସେଠୀ, ବନିତା ଡାକୁଆ, ରଶ୍ମିତା ସାହୁ, ଗାୟତ୍ରୀ ପୃଷ୍ଟି, ମମତା ନାୟକ, ରିତାଞ୍ଜଳି ପଟ୍ଟନାୟକ, ଉର୍ମିଳା ନାୟକ, ଲକ୍ଷ୍ମୀ ଗୌଡ, ସବିତା ସାହୁ, ଆର୍ଯ୍ୟବାଳା ସାହୁ, ମଧୁସ୍ମିତା ସାମନ୍ତରାୟ, ଟୁକୁନୀ ବାଡତ୍ୟା, ମଞ୍ଜୁଲତା ଉପାଧ୍ୟାୟ ଙ୍କସହ ୱାର୍ଡ଼ ର ରାଜେନ୍ଦ୍ର ସାହୁ, ସିମାଞ୍ଚଳ ପାଢି, କାମିନିଦେବି ପାଣିଗ୍ରାହୀ, ହରି ବେହେରା ଙ୍କ ସମେତ ବହୁ ୱାର୍ଡ ବାସିନ୍ଦା ଯୋଗଦେଇ ୱାର୍ଡର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ