ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟତା ହାସଲ କଲା ରାଷ୍ଟ୍ରୀୟ ନବନିର୍ମାଣ ପାର୍ଟି…

ବ୍ରହ୍ମପୁର : ରାଷ୍ଟ୍ରିୟ ନବନିର୍ମାଣ ପାର୍ଟିର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ସଂପୂର୍ଣ୍ଣ ଯୋଗ୍ୟତା ଦର୍ଶାଇଛନ୍ତି ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟଳୟ । ଏନେଇ ଉତ୍କଳ ଆଶ୍ରମ ସଭା ଗୃହ ଠାରେ ଆୟୋଜିତ ସାମ୍ବାଦ୍ଖଳ ସମ୍ମିଳନୀରେ ପାର୍ଟିର ମୁଖ୍ୟ ଶ୍ରୀହରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ୨୦୧୩ ମସିହାରୁ ରାଷ୍ଟ୍ରୀୟ ନବନିର୍ବାରଣ ପାର୍ଟି ଜଣେ ରାଜନୈତିକ ଦଳ ଭାବେ ନିର୍ବାଚନ ଲଢ଼ିବା ପାଇଁ ନିର୍ବାଚନ କମିଶନରଙ୍କ ନିକଟରେ ଆବେଦନ କରିଥିଲେ । ୨୦୧୪ ମସିହା ମାର୍ଚ୍ଚ ୮ ତାରିଖରେ ନିର୍ବାଚନ କମିଶନର ଏହାକୁ ରାଜନୈତିକ ଦଳ ଭାବେ ସରକାରୀ ସ୍ତରରେ ପଞ୍ଜିକୃତ କରିଥିଲା । ତେବେ ରାଷ୍ଟ୍ରିୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସଂକେତ ନମିଳିଥିବା ଯୋଗୁଁ ପାର୍ଟିର ମୁଖ୍ୟ ଶ୍ରୀହରୀ ପଟ୍ଟନାୟକ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିବା କହିଛନ୍ତି । ସେ ୨୦୧୯ ରେ ମଧ୍ୟ ନିର୍ବାଚନ ଲଢ଼ିଥିଲେ । ପାର୍ଟିର ଚିହ୍ନ କୁ ନେଇ ଦ୍ୱନ୍ଦ ସୃଷ୍ଟି ହେବା ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହୋଇଥିଲେ । ମାନ୍ୟବର ଉଚ୍ଚନ୍ୟାୟଳୟ ଏହାର ଶୁଣାଣି କରି ଜାନୁୟାରୀ ୧୮ ତାରିଖ ୨୦୨୩ ମସିହାରେ ତାଙ୍କୁ ରାଜନୈତିକ ଦଳ ଭାବେ ଯୋଗ୍ୟତା ଥିବା ଦର୍ଶାଇଛନ୍ତି । ଏବଂ ୩ ମାସ ମଧ୍ୟରେ ପାର୍ଟିର ରାଜନୈତିକ ଦଳ ଭାବେ ଏକ ଚିହ୍ନ ପ୍ରଦାନ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ଦଳର ଦୀପକ କୁମାର ନାୟକ, ସସ୍ମିତା ପଟ୍ଟନାୟକ, ସୁଦେଶ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.