ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦଶବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା…

ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲା ର ସାଖ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ଫୁଲବାଣୀ ପୋସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀଵାଲା ଉତ୍ତର ପ୍ରଦେଶ ଫରିଦାପୁର ଅଂଚଳର ବସିର ସାହାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ୨୦୧୯ ଫେ ବ୍ରୁଆରୀ ୨୨ରେ ଅଭିଯୁକ୍ତ ସାହା ଦରି ପାଲ ବିକ୍ରୀକରିବାକୁ ଫିରିଙ୍ଗିଆ ଥାନା ଅଧୀନ ଏକ ଗ୍ରାମକୁ ଯାଇ ପୀଡିତ ଦିବ୍ୟାଙ୍ଗ ନାବାଳିକାଙ୍କ ଘରେ ପାଲ ରଖିବାଲାଗି ପଚାରିଥିଲା ​​ହେଲେ ଘରେ କେହି ନାହାଁନ୍ତି, ପାଲ ରଖିବୁନି ବୋଲି କହିବାରୁ ପୀଡିତା ଏକା ଥିବା ଜାଣି ବସିର ପାଣି ଆଣିବାକୁ କହିଥିଲା, ପୀଡିତା ପାଣି ଆଣିବାକୁ ଗଲାବେଳେ ବସିର ଘରେ ପଶି ଦୁଷ୍କର୍ମ କରିଥିଲା ​​lପୀଡିତା ପାଟିକରିବାରୁ ବସିର ସେଠାରୁ ଫେରାର ହୋଇଯାଇଥିଲା ହେଲେ ଗ୍ରାମବାସି ଓ ପୀଡିତା ପରିବାର ମିଶି ତାର ଏକ ସହଯୋଗୀ କୁ କାବୁ କରି ଧରିଥିଲେ l ଏ ନେଇ ପୀଡିତା ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲା l ଫିରିଙ୍ଗିଆ ଥାନା ପୋଲିସ ୧ ୫/୧ ୯ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବସିରକୁ କୋର୍ଟ ରେ ହାଜର କରାଇ ଥିଲା l

nis-ad
Leave A Reply

Your email address will not be published.