ନବ ଦାସଙ୍କୁ ଗୁଳିମାଡ ଘଟଣାରେ ନୂଆ ମୋଡ଼; ଅଭିଯୁକ୍ତ ଗୋପାଳର ବଡ ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ…
ମାର ମାର ଭଣ୍ଡାରୀ କୁ ମାର ନୀତି
ବ୍ରହ୍ମପୁର : ନବ ଦାସଙ୍କୁ ଗୁଳିମାଡ ଘଟଣାରେ ନୂଆ ମୋଡ଼। ଅଭିଯୁକ୍ତ ଗୋପାଳ ଦାସର ବଡ ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଗଞ୍ଜାମ ଜଳେଶ୍ୱରଖଣ୍ଡି ସ୍ଥିତ ବାସଭବନରୁ ଉଠାଇନେଲା କ୍ରାଇମବ୍ରାଞ୍ଚ । ଆଜି ଗୋପାଳଙ୍କ ଘରେ ପହଞ୍ଚି ପଚରା ଉଚୁରା କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍। ଏହାପରେ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ବ୍ରଜରାଜନଗର ରେ କ୍ରାଇମବ୍ରାଞ୍ଚର ଏକ ଟିମ ଗୋପାଳର ବଡ ଭାଇଙ୍କ ହୋଟେଲରେ ମଧ୍ୟ ଛାନଭିନ କରିଛନ୍ତି ।
ସୂଚନା ଅନୁସାରେ, ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ କାର୍ଯ୍ୟରତ ଥିଲେ ନବଙ୍କୁ ଗୁଳି କରି ହତ୍ୟା କରିଥିବା ଏଏସ୍ଆଇ ଗୋପାଳ ଦାସ । ସେହି ବ୍ରଜରାଜନଗରରେ ଗୋପାଳଙ୍କ ଭାଇ ଏକ ବିରିୟାନୀ ହୋଟେଲ କରିଥିଲେ । ପ୍ରାୟ ମାସେ ହେଲା ଏହି ହୋଟେଲ ଖୋଲି ଥିଲେ । ସେହି ହୋଟେଲ ର ନାଁ ରଖିଥିଲେ ବ୍ରହ୍ମପୁର ହୋଟେଲ । ସେଠାରେ ଆଚାର ପାମ୍ପଡ଼ ମଧ୍ୟ ବିକ୍ରି କରୁଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଶନିବାର ଯାଏ ଏହି ହୋଟେଲ ଖୋଲା ଥିଲା । କିନ୍ତୁ ରବିବାର ଦିନରୁ ହିଁ ବନ୍ଦ ରହିଛି । ସଂଯୋଗର କଥା ହେଲା ସେହି ରବିବାର ଦିନ ପ୍ରାୟ ୧୨ଟା ୧୫ ମିନିଟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଗୋପାଳ ଦାସ । ଏହା କେବଳ ଏକ ସଂଯୋଗ ନାଁ ଆଉ କିଛି । ସବୁ ଦିନ ସକାଳୁ ହୋଟେଲ ଖୋଲାଯାଉଥିବା ବେଳେ ସେହି ଦିନ କାହିଁକି ଏହା ବନ୍ଦ କରାଯାଇଥିଲା । ଆଗରୁ ଏହା ପ୍ଲାନ କରିଥିଲେ କି ଗୋପାଳ ଦାସ । ହୋଟେଲକୁ ବନ୍ଦ କରିବାକୁ କହି ଭାଇକୁ ଘରକୁ ପଠାଇ ଦେଇଥିଲେ କି ? ନବ ଦାସଙ୍କୁ ଗୁଳି କରିବାକୁ ଯୋଜନା କରି ଏପରି ସେ କରିଥିଲେ କି ? ଏନେଇ ଚର୍ଚ୍ଚା ମଧ୍ୟରେ ଗୋପାଳଙ୍କ ଭାଇଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ସେହି ଦିନ ହିଁ ଗୋପାଳ ତାଙ୍କ ଭାଇକୁ ବ୍ରହ୍ମପୁର ଫେରିଯିବାକୁ କହିଥିଲେ ଯାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି l ଦେଖା ଯାଉ ଆଇନ କେଉଁ ବାଟରେ ଯାଉଛି ଯାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି