ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ବ୍ରହ୍ମପୁର ଆଞ୍ଚଳିକ ପରିଷଦ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି (CPI )ବ୍ରହ୍ମପୁର ଆଞ୍ଚଳିକ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାର୍କ ସାହି ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଅଛି | ଏହି ସାଧାରଣତନ୍ତ୍ରରେ ପାର୍ଟିର ରାଜ୍ୟସମ୍ପାଦକ ମଣ୍ଡଳୀ ସଦସ୍ୟ ସାଥି ପ୍ରକାଶ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ତାଙ୍କର ଅଭିଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶ ପ୍ରେମୀ ନିଜର ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି l ସେହିଦିନ ଠାରୁ ଆମେ ସମସ୍ତେ ଭରତବାସୀ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁଛେ l ସମ୍ବିଧାନ ପ୍ରଣୟନ ସଭାର ଅଧକ୍ଷ ଡ଼. ଭୀମରାଓ ଆମ୍ବେଦକର ଓ ଅନ୍ୟ ସମ୍ବିଧାନ ପ୍ରଣୟନଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ | ଆମ ସମ୍ବିଧାନ ଦେଶର ସର୍ବୋଚ୍ଚ ଆଇନ ଓ ଆମେ ଯେକୌଣସି ଜାତି, ଧର୍ମ, ଲିଙ୍ଗ, ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭରତୀୟ l ଦେଶର ଏକତା ଓ ଅଖଣ୍ଡତାର ବଜାୟ ରଖିବା ପାଇଁ ସମାନ ଅଧିକାର ପ୍ରଦାନ କରାଯାଇଛି l ଭାରତର ପ୍ରତ୍ୟେକ ନାଗରିକ ଆଇନ ଆଖିରେ ସମାନ ଅଟନ୍ତି l ଜାତି, ଧର୍ମ, ବର୍ଣ୍ଣ, ଭାଷା, ଲିଙ୍ଗ ଦୃଷ୍ଟିରୁ ଆମେ ସମସ୍ତେ ସମାନ କେହି ବଡ ନୁହନ୍ତି କିମ୍ବା ଛୋଟ ନୁହନ୍ତି, ଆମ ସମସ୍ତଙ୍କୁ ମୌଳିକ ଅଧିକାର ସୁବିଧା ପ୍ରଦାନ କରାଯାଇଛି | ଆମେ ସମସ୍ତେ ସଚେତନତା ହେବା ଆବଶ୍ୟକ ଓ ନିଜ ନିଜ ମୌଳିକ ଅଧିକାରକୁ ଉପଭୋଗ କରିବା ସଙ୍ଗେ ସଙ୍ଗେ ଆମ ଜାତି ଓ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟ ବିଷୟରେ ସଚେତନତା ରହିବ ତେବେ ଆମ ଦେଶ ନିଶ୍ଚିତ ଦ୍ରୁତ ବିକାଶ ହୋଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ | ଆସନ୍ତୁ ସମସ୍ତେ ପରସ୍ପର ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସଦଭାବନା ବଜାୟ ରଖିବା ଏବଂ ଆମ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଶପଥ ନେବା ଏବଂ ନିଜ ଓ ସମାଜର ଅଭିବୃଦ୍ଧି ପାଇଁ ଚିନ୍ତା କରିବା ଏବଂ ସମସ୍ତଙ୍କ ଭବିଷ୍ୟତ ବିଷୟରେ ଚେଷ୍ଟା କରିବା ଦରକାର ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ |

ଏହି ସାଧାରଣତନ୍ତ୍ର ଦିବସରେ ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥି ସୁଧାଂଶୁ ଶେଖରପଣ୍ଡା ଆଞ୍ଚଳିକ କମିଟିର ସମ୍ପାଦକ ସାଥି କାମଦେବ ନାହାକ, ମହମ୍ମଦ ଉତ୍ସମାନ ପ୍ରତିମା ଦେବୀ, ମହେନ୍ଦ୍ର ପାତ୍ର, ଦେବେନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ବେହେରା, ରୋହିତ ବିଷୋୟୀ, R ବିଜୟଲଷ୍ମୀ,ପ୍ରଫୁଲ ଜେନା, ରବୀନ୍ଦ୍ର ନାୟକ ପ୍ରମୁଖ ଅଂଶ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.