କୁନ୍ଦେଇ ଥାନାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର କୁନ୍ଦେଇ ଏକ ଉପାନ୍ତ ଅଞ୍ଚଳ ଭାବରେ ପରିଗଣିତ l ଆଜି କୁନ୍ଦେଇ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠିଙ୍କ ତତ୍ତ୍ବାବଧାନରେ ଓ ପରିଚାଳନାରେ ୭୪ ତମ ସାଧାରଣତନ୍ତ୍ର ଦିବସ ଆଇଆରବି ଯବାନ ଓ କୁନ୍ଦେଇ ଥାନାର ସମସ୍ତ ପଦାଧିକାରୀ ମିଳିତ ଭାବରେ ପାଳିତ କରିଛନ୍ତି l ଏହି ଅବସରରେ କୁନ୍ଦେଇ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ସେଠି, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନର ଶ୍ରୁତି ଚାରଣ କରି ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସ ପାଳନ କରିବାର ମାହାତ୍ମ୍ୟ ବୁଝାଇଥିଲେ l ଜାତୀୟ ପତାକା ଉତ୍ତୋଳନ କରିବା ପରେ କୁନ୍ଦେଇ ଥାନାର ସମସ୍ତ କାର୍ଯ୍ୟରତ ଅଧିକାରୀ ଓ ଆଇଆରବି ଯବାନ ମିଳିତ ସାଲ୍ୟୁଟ କରି ସମ୍ମାନ ପ୍ରଦାନ କରିଥିଲେ |

nis-ad
Leave A Reply

Your email address will not be published.